କ୍ରମାଗତ ଷଷ୍ଠ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ | News Room Odisha

କ୍ରମାଗତ ଷଷ୍ଠ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ କ୍ରମାଗତ ଷଷ୍ଠ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ଗୁରୁବାର ଅନୁଷ୍ଠିତ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ରେପୋ ରେଟକୁ ୬.୫%ରେ ବଜାୟ ରଖିବାକୁ ନିଷ୍ପତ୍ତି ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତିର ଅର୍ଥ ଋଣ ମହଙ୍ଗା ହେବ ନାହିଁ କି ଆପଣଙ୍କର ଇଏମ୍ଆଇ ମଧ୍ୟ ବଢ଼ିବ ନାହିଁ। ରିଜର୍ଭ ବ୍ୟାଙ୍କ ଶେଷଥର ଗତବର୍ଷ ଫେବୃଆରୀରେ ରେପୋ ରେଟରେ ୦.୨୫% ବୃଦ୍ଧି କରିଥିଲା।