ଆରବିଆଇ କାର୍ଯ୍ୟାଳୟକୁ ଆସିଲା ଧମକପୂର୍ଣ୍ଣ ଇମେଲ୍, ନିର୍ମଳା ସୀତାରମଣ ଓ ଆରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା ଦାବି | News Room Odisha

ଆରବିଆଇ କାର୍ଯ୍ୟାଳୟକୁ ଆସିଲା ଧମକପୂର୍ଣ୍ଣ ଇମେଲ୍, ନିର୍ମଳା ସୀତାରମଣ ଓ ଆରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା ଦାବି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ଆରବିଆଇ କାର୍ଯ୍ୟାଳୟ, ଏଚଡିଏଫସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଭିତରେ ବୋମା ରଖାଯାଇଛି ବୋଲି ଏହି ଇମେଲରେ ଦାବି କରାଯାଇଛି ।

ଏହାଛଡ଼ା ମୂଳ ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ମୁମ୍ବାଇ ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମୁମ୍ବାଇ ପୋଲିସର ସୂଚନାନୁସାରେ ମୁମ୍ବାଇର ମୋଟ ୧୧ଟି ସ୍ଥାନରେ ବୋମା ରଖାଯାଇଥିବା ଧମକ ଦିଆଯାଇଛି। ପୋଲିସ ଏହି ସବୁ ସ୍ଥାନ ଯାଞ୍ଚ୍ କରିଥିଲେ ମଧ୍ୟ କୋଉଠି କିଛି ମିଳି ନଥିବା ଜଣାପଡ଼ିଛି ।