ରିଜର୍ଭ ବ୍ୟାଙ୍କ୍ ଫେରାଇ ନେଲା ୨୦୦୦ ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ମଧ୍ୟରେ ବଦଳାଇ ହେବ | News Room Odisha

ରିଜର୍ଭ ବ୍ୟାଙ୍କ୍ ଫେରାଇ ନେଲା ୨୦୦୦ ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ମଧ୍ୟରେ ବଦଳାଇ ହେବ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ୍ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ତୁରନ୍ତ ବନ୍ଦ କରିବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା ଲିଗାଲ୍ ଟେଣ୍ଡର ବା ବୈଧ ମାନ୍ୟ ହେବ | ଯଦି ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ତେବେ ତାକୁ ଆପଣ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ପାରିବେ ।

ଆରବିଆଇ ତରଫରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ୨୦୧୮-୧୯ରୁ ୨୦୦୦ ଟଙ୍କିଆ ନୋଟ୍ ଛପା ବନ୍ଦ ହୋଇଯାଇଥିଲା। ଆରବିଆଇ କହିଛି ଯେ, ଥରକେ ଜଣ ବ୍ୟକ୍ତି କେବଳ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହିଁ ୨୦୦୦ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ । ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ଏକ ସ୍ପେଶାଲ ୱିଣ୍ଡୋ ଖୋଲିବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ୫୦୦ ଓ ୧୦୦୦ ଟଙ୍କାର ନୋଟ୍ ବନ୍ଦ କରାଯାଇ ୨୦୦୦ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ଆରମ୍ଭ ହୋଇଥିଲା। ହେଲେ ଗତ କିଛି ବର୍ଷ ଧରି ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ କ୍ଵଚିତ ଦେଖିବାକୁ ମିଳୁଥିଲା ।