ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟରେ ନଦୀ କ୍ରୁଜ୍ ଆରମ୍ଭ ପାଇଁ ନିଷ୍ପତି, ପିପିପି ମୋଡ୍‌ରେ କାର୍ଯ୍ୟକାରୀ ହେବ ଯୋଜନା | News Room Odisha

ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟରେ ନଦୀ କ୍ରୁଜ୍ ଆରମ୍ଭ ପାଇଁ ନିଷ୍ପତି, ପିପିପି ମୋଡ୍‌ରେ କାର୍ଯ୍ୟକାରୀ ହେବ ଯୋଜନା

ଭୁବନେଶ୍ୱର: ପର୍ଯ୍ୟଟନର ବିକାଶ ପାଇଁ କିଛି ରାଜ୍ୟ ସରକାର ନଦୀ କ୍ରୁଜ୍ ଆରମ୍ଭ କରିବେ । ପବ୍ଲିକ-ପ୍ରାଇଭେଟ ପାର୍ଟନରସିପରେ ରାଜ୍ୟରେ ନଦୀ କ୍ରୁଜ ବ୍ୟବସ୍ଥା ବିକଶିତ କରାଯିବ । ନଦୀ କ୍ରୁଜ୍ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ପର୍ଯ୍ୟଟନର ଅଭିନବ ବିକାଶ ପାଇଁ ସମ୍ଭାବନା ସଂପର୍କିତ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟରେ ବିଶ୍ୱସ୍ତରୀୟ ନଦୀ କ୍ରୁଜ୍ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହି ପଦକ୍ଷେପ ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପର ବି ସୁଯୋଗ ସୃଷ୍ଟି ହୋଇପାରିବ ।

ରାଜ୍ୟରେ ତିନି ପ୍ରମୁଖ ନଦୀ କ୍ରୁଜ୍ ସର୍କିଟର ବିକାଶ କରାଯାଇପାରିବ ବୋଲି ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ସୂଚନା ଦେଇଥିଲେ । ମହାନଦୀ , ଚିଲିକା ହ୍ରଦ, ଡାଙ୍ଗମାଳ ରିଜର୍ଭ ଫରେଷ୍ଟ ଏବଂ ଧାମରାରୁ ପାରାଦୀପ ଯାଏଁ ଜାତୀୟ ଜଳପଥ ନମ୍ବର ୫ରେ ନଦୀ କ୍ରୁଜ୍‌ର ବିକାଶ କରାଯାଇପାରେ । ପିପିପି ମୋଡ୍‌ରେ ନଦୀ କ୍ରୁଜ୍ ପର୍ଯ୍ୟଟନ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।