ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମଣ,୩ ହଜାର ୬୮୨ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୭୫, ରାୟଗଡାରୁ ୪୯୫, ଗଂଜାମରେ ନିମ୍ନଗତି ଜାରି | News Room Odisha

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମଣ,୩ ହଜାର ୬୮୨ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୭୫, ରାୟଗଡାରୁ ୪୯୫, ଗଂଜାମରେ ନିମ୍ନଗତି ଜାରି

ଭୁବନେଶ୍ୱର : ରାଜ୍ୟରେ ଦିନକରେ ସବା ର୍ଧିକ ସଂକ୍ରମଣ । ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୮୨ ନୂଆ କୋରୋନା ରୋଗୀ । ଏ ପଯ୍ୟ ର୍ନ୍ତ ରାଜ୍ୟରେ ଗୋଟିଏ ଦିନରେ ଏହି ସଂଖ୍ୟା ସବା ର୍ଧିକ । କ୍ୱାରେଂଟାଇନରୁ ୨ ହଜାର ୨୪୧ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନୂଆ ତାଲିକାରେ ଖୋର୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୭୭୫ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗୋଟିଏ ଦିନରେ ଜିଲ୍ଲାରୁ ସର୍ବାଧିକ ସଂକ୍ରମଣ ସଂଖ୍ୟା । ରାୟଗଡା ଜିଲ୍ଲାରେ ମଧ୍ୟ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ବାହାରିଛନ୍ତି । ଜିଲ୍ଲାରୁ ୪୯୫ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୩୬୯ ରୋଗୀ । ମୟୂରଭଂଜ ଜିଲ୍ଲାରୁ ୨୭୨ ଓ ଗଂଜାମ ଜିଲ୍ଲାରୁ ୧୭୪ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯୪ ହଜାର ୬ ଶହ ୬୮ରେ ପହଂଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୬୫ ହଜାର ୩୨୩ । ସକ୍ରିୟ ମାମଲା ସଂଖ୍ୟା ହେଲା ୨୮ ହଜାର ୮୩୬ । ଏ ପର୍ଯ୍ୟନ୍ତ ୧୬ ଲକ୍ଷ ୧୨ ହଜାର ୯୭ ଜଣଙ୍କ କୋରୋନା ଟେଷ୍ଟିଂ ହୋଇସାରିଛି ।

COVID-19