ଲାଲ୍ କିଲ୍ଲା ହିଂସା ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ମୃତ୍ୟୁ | News Room Odisha

ଲାଲ୍ କିଲ୍ଲା ହିଂସା ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀ ନିକଟ କୁଣ୍ଡଲି ସୀମାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୀପ ସିଦ୍ଧୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣାଗ୍ରସ୍ତ କାରରେ ସିଦ୍ଧୁଙ୍କ ସହ ଜଣେ ମହିଳା ବନ୍ଧୁ ଥିଲେ । ତାଙ୍କୁ ଆହତ‌ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୀପ ସ୍କର୍ପିଓ କାର୍ ଏକ ଟ୍ରଲି ସହ ଧକ୍କା ହୋଇଥିଲା।

କୃଷକ ଆନ୍ଦୋଳନ ସମୟରେ ଲାଲ୍ କିଲ୍ଲାରେ ଘଟିଥିବା ହିଂସା ମାମଲାରେ ଦୀପ ସିଦ୍ଧୁଙ୍କ ନାମ ସାମ୍ନାକୁ ଆସିଥିଲା। ଏହି ମାମଲାରେ ସେ ଗିରଫ ମଧ୍ୟ ହୋଇଥିଲେ ।