ପିଲାଙ୍କ ଟିକାକରଣ ପାଇଁ ଆଜିଠାରୁ ପଞ୍ଜୀକରଣ, କୋ-ଓ୍ବିନ୍ ଆପ୍ ଓ ଟିକା କେନ୍ଦ୍ରରେ ହୋଇପାରିବ ପଞ୍ଜୀକରଣ | News Room Odisha

ପିଲାଙ୍କ ଟିକାକରଣ ପାଇଁ ଆଜିଠାରୁ ପଞ୍ଜୀକରଣ, କୋ-ଓ୍ବିନ୍ ଆପ୍ ଓ ଟିକା କେନ୍ଦ୍ରରେ ହୋଇପାରିବ ପଞ୍ଜୀକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ ରୁ ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବ । ଏଥିପାଇଁ ଆଜିଠାରୁ କୋ-ଓ୍ବିନ୍ ଆପ୍ କିମ୍ବା ଟିକା କେନ୍ଦ୍ରରେ ପଞ୍ଜୀକରଣ ତଥା ସ୍ଲଟ୍ ବୁକିଂ କରାଯାଇପାରିବ | ଟିକାକରଣର ସ୍ଲଟ୍ ବୁକିଂ ପାଇଁ ଦଶମ ଶ୍ରେଣୀ ଆଇଡି କାର୍ଡ ମଧ୍ୟ ଗ୍ରହଣ କରାଯିବ |

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ କେବଳ ଭରତ ବାୟୋଟେକର କୋଭାକ୍ସିନ ଟିକା ଦିଆଯିବ। ଦେଶରେ ଏହି ବୟସ ବର୍ଗର ସଂଖ୍ୟା ପ୍ରାୟ ୧୦ କୋଟି | କୋ-ଓ୍ବିନ୍ ପ୍ଲାଟଫର୍ମର ମୁଖ୍ୟ ଡକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ ଦଶମ ଆଇଡି କାର୍ଡକୁ ପଞ୍ଜୀକରଣ ପାଇଁ ପରିଚୟ ପ୍ରମାଣ ଭାବେ ଗ୍ରହଣୀୟ ହେବ । କାରଣ କିଛି ଛାତ୍ରଙ୍କର ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନାହିଁ |

ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ୧୫-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋ-ଓ୍ବିନ୍ ବ୍ୟତୀତ ଟିକାକରଣ ସ୍ଲଟ୍ ବୁକିଂ ଅନ-ସାଇଟରେ ମଧ୍ୟ କରାଯାଇପାରିବ |

ଜାନୁୟାରୀ ୩ ତାରିଖରୁ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଏହା ସହ ଜାନୁଆରୀ ୧୦ ରୁ ଦୁରାରୋଗ୍ୟ ରୋଗରେ ପୀଡିତ ୬୦+ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର୍ ଡୋଜ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।