ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା , ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡିଙ୍କ ପ୍ରତିନିଧି | News Room Odisha

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା , ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡିଙ୍କ ପ୍ରତିନିଧି

ଭୁବନେଶ୍ୱର- ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ନିକଟରେ ଆଜି ହାଜର ହୋଇଛନ୍ତି ଓଟିଭି ଏମଡିଙ୍କ ପ୍ରତିନିଧି । ଓକିଲ ଜିତେନ୍ଦ୍ର ମହାନ୍ତି ଓ ପିଆରଓ ଜିତେନ୍ଦ୍ର ପରିଡା ବି ହାଜର ହୋଇଥିଲେ । ସେମାନେ ମଗାଯାଇଥିବା କାଗଜପତ୍ର ଦାଖଲ କରିଛନ୍ତି । ଆଜି ହାଜର ହୋଇ କାଗଜପତ୍ର ଦାଖଲ କରିଛନ୍ତି ଓଟିଭି ଏମଡିଙ୍କ ପ୍ରତିନିଧି । ଖୁବ୍ ଶୀଘ୍ର ଶୁଣାଣିର ପରବର୍ତୀ ତାରିଖ ନିର୍ଧାରଣ କରାଯିବ । ଏଥିପାଇଁ ଆଉ ଏର ରିମାଇଣ୍ଡର ଦିଆଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି ।