ଖାଦ୍ୟ ସାମଗ୍ରୀ ଦରବୃଦ୍ଧି ସହ ଖୁଚୁରା ମୁଦ୍ରାସ୍ଫୀତି ୭% ଛୁଇଁଲା | News Room Odisha

ଖାଦ୍ୟ ସାମଗ୍ରୀ ଦରବୃଦ୍ଧି ସହ ଖୁଚୁରା ମୁଦ୍ରାସ୍ଫୀତି ୭% ଛୁଇଁଲା

ନୂଆଦିଲ୍ଲୀ:ସୋମବାର ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇଛି। ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%କୁ ବୃଦ୍ଧି ପାଇଛି । ଜୁଲାଇରେ ଏହା ୬.୭% ଥିଲା ।

ଖାଦ୍ୟ ସାମଗ୍ରୀ ଦର ବିଶେଷ କରି ଡାଲି, ଚାଉଳ, ଗହମ ଏବଂ ପନିପରିବା ମୂଲ୍ୟରେ ବୃଦ୍ଧି କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ‌। ଖାଦ୍ୟ ମୁଦ୍ରାସ୍ଫୀତି ଜୁଲାଇରେ ୬.୬୯%ରୁ ଅଗଷ୍ଟ ମାସରେ ୭.୬୨% କୁ ବୃଦ୍ଧି ପାଇଛି । ଜୁନ୍ ମାସରେ ଏହା ୭.୭୫% ଥିବାବେଳେ ମେ ମାସରେ ୭.୯୭% ଏବଂ ଏପ୍ରିଲରେ ୮.୩୮% ଥିଲା ।

କ୍ରମାଗତ ୮ ମାସ ଧରି ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ଧାର୍ଯ୍ୟ ୬% ର ସର୍ବୋଚ୍ଚ ସୀମା ଉପରେ ରହିଆସିଛି । ଜାନୁୟାରୀ ୨୦୨୨ ରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୧%, ଫେବୃଆରୀରେ ୬.୦୭%, ମାର୍ଚ୍ଚରେ ୬.୯୫%, ଏପ୍ରିଲରେ ୭.୭୯%, ମେ ମାସରେ ୭.୦୪% ଏବଂ ଜୁନରେ ୭.୦୧% ରେକର୍ଡ କରାଯାଇଛି।