ରୋହିତ ଶର୍ମା ହେଲେ ଦିନିକିଆ ଅଧିନାୟକ | News Room Odisha

ରୋହିତ ଶର୍ମା ହେଲେ ଦିନିକିଆ ଅଧିନାୟକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ଟି-୨୦ ପରେ ତାଙ୍କୁ ଟିମ୍ ଇଣ୍ଡିଆର ନୂଆ ଦିନିକିଆ ଅଧିନାୟକ କରାଯାଇଛି। ବିରାଟ କୋହଲିଙ୍କଠାରୁ ଦିନିକିଆ ଅଧିନାୟକତ୍ୱ ପ୍ରତ୍ୟାହାର କରି ନିଆଯାଇଛି। ଜାତୀୟ ସିନିୟର ଚୟନ କମିଟି ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି। ରୋହିତ ଶର୍ମା ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ନୂତନ ଟି-୨୦ ଅଧିନାୟକ ହୋଇଥିଲେ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ପରାସ୍ତ କରିଥିଲା। ଏହାପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱରେ ଟି -୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଦଳ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରି ନଥିଲା। ବିଶ୍ବକପ୍ ପୂର୍ବରୁ ବିରାଟ ଟିମ୍ ଇଣ୍ଡିଆର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିସାରିଥିଲେ।