ଦିବ୍ୟାଙ୍ଗ ବାଳକକୁ ବିମାନରେ ଚଢ଼ିବାରୁ ରୋକିଲା ଇଣ୍ଡିଗୋ, ଡିଜିସିଏର ତଦନ୍ତ ନିର୍ଦ୍ଦେଶ | News Room Odisha

ଦିବ୍ୟାଙ୍ଗ ବାଳକକୁ ବିମାନରେ ଚଢ଼ିବାରୁ ରୋକିଲା ଇଣ୍ଡିଗୋ, ଡିଜିସିଏର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଞ୍ଚି ବିମାନବନ୍ଦରରେ ଇଣ୍ଡିଗୋ ଏକ ଦିବ୍ୟାଙ୍ଗ ବାଳକକୁ ବିମାନରେ ଚଢ଼ିବାରୁ ଅଟକାଇବା ନେଇ ବିବାଦ ସୃଷ୍ଟି ହୋଇଛି। ଏନେଇ ଇଣ୍ଡିଗୋ ସମାଲୋଚିତ ହୋଇଛି । ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଇଣ୍ଡିଗୋକୁ ରିପୋର୍ଟ ତଲବ କରିଛି । ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଦିବ୍ୟାଙ୍ଗ ବାଳକକୁ ଶନିବାର ଏୟାରଲାଇନ୍ସର ରାଞ୍ଚି-ହାଇଦ୍ରାବାଦ ବିମାନରେ ଚଢ଼ିବାରୁ ରୋକାଯାଇଥିଲା । ଏହାପରେ ବାଳକର ପିତାମାତା ମଧ୍ୟ ସେହି ବିମାନରେ ନ ଯିବାକୁ ନିଷ୍ପତ୍ତି ନେଇଥିଲେ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମୁଖ୍ୟ ଅରୁଣ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ନିୟାମକ ଏହି ପ୍ରସଙ୍ଗରେ ଇଣ୍ଡିଗୋ ଠାରୁ ରିପୋର୍ଟ ମାଗିଛନ୍ତି।

ଅରୁଣ କୁମାର କହିଛନ୍ତି ଯେ ଡିଜିସିଏ ଘଟଣାର ତଦନ୍ତ କରୁଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ଘଟଣା ବିଷୟରେ ପଚରାଯିବାରୁ ଇଣ୍ଡିଗୋ କହିଛି ଯେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଦିବ୍ୟାଙ୍ଗ ବାଳକକୁ ମେ ’୭ରେ ନିଜ ପରିବାର ସହିତ ବିମାନରେ ଚଢ଼ିବାକୁ ଦିଆଯାଇନଥିଲା । କାରଣ ବାଳକ ଜଣ ବିମାନ ଯାତ୍ରା କରିବା ନେଇ ଭୟଭୀତ ହୋଇପଡ଼ିଥିଲେ । ସେ କହିଛନ୍ତି ଯେ କର୍ମଚାରୀମାନେ ତାଙ୍କୁ ଶାନ୍ତ ହେବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସେ କହିଛନ୍ତି, ବିମାନ ସେବା ତାଙ୍କୁ ହୋଟେଲ ରହଣି ଯୋଗାଇ ଦେଇଛି ଏବଂ ପରଦିନ ସକାଳେ ସେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି।