ଚିନ୍ତା ବଢ଼ାଇଲା କରୋନାର ନୂଆ 'ସି.୧.୨' ଭାରିଆଣ୍ଟ, ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମୁମ୍ବାଇରେ ଆରଟି- ପିସିଆର ଟେଷ୍ଟ ବାଧ୍ୟତାମୂଳକ | News Room Odisha

ଚିନ୍ତା ବଢ଼ାଇଲା କରୋନାର ନୂଆ ‘ସି.୧.୨’ ଭାରିଆଣ୍ଟ, ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମୁମ୍ବାଇରେ ଆରଟି- ପିସିଆର ଟେଷ୍ଟ ବାଧ୍ୟତାମୂଳକ

ମୁମ୍ବାଇ: କରୋନାର ଅଧିକ ସଂକ୍ରାମକ ନୂଆ ଭାରିଆଣ୍ଟ୍ ସି.୧.୨କୁ ଦୃଷ୍ଟିରେ ରଖି ମୁମ୍ବାଇ ମହାନଗର ନିଗମ (ବିଏମସି) କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନୂଆ ଗାଇଡାଲାଇନ ଜାରି କରିଛି। ନୂଆ ଗାଇଡ ଲାଇନ୍ ଅନୁଯାୟୀ, ଉକ୍ତ ଦେଶର ଯାତ୍ରୀମାନଙ୍କ ପାଇଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରଟି- ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆରଟି- ପିସିଆର ଟେଷ୍ଟ ସେମାନେ ନିଜ ଖର୍ଚ୍ଚରେ କରିବେ। ଏହି ନିୟମ ୩ ସେପ୍ଟେମ୍ବର ୨୦୨୧ ମଧ୍ୟରାତ୍ରିରୁ ଲାଗୁ ହେବ | ଏହାପୂର୍ବରୁ ସରକାର ବର୍ତ୍ତମାନ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଇନଷ୍ଟିଚ୍ୟୁସନାଲ କ୍ୱାରାଣ୍ଟିନ୍ ନିୟମକୁ ବନ୍ଦ କରିଦେଇଥିଲେ। କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ବିଏମସି ଅଧିକାରୀ କହିଛନ୍ତି ଯେ ୟୁରୋପ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ ଭଳି ଦେଶର ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟି- ପିସିଆର ଟେଷ୍ଟ କରିବାକୁ ପଡିବ | ଏହି ଟେଷ୍ଟର ଖର୍ଚ୍ଚ ନିଜେ ଯାତ୍ରୀଙ୍କୁ ବହନ କରିବାକୁ ପଡିବ | ବିଏମସି ଏହି ପରୀକ୍ଷଣର ମୂଲ୍ୟ ୬୦୦ ଟଙ୍କା ରଖିଛି।