ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା: ଏବେ ଏକ ଡଲାରର ମୂଲ୍ୟ ୮୧ ଟଙ୍କା | News Room Odisha

ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା: ଏବେ ଏକ ଡଲାରର ମୂଲ୍ୟ ୮୧ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବନତି ଜାରି ରହିଛି। ଶୁକ୍ରବାର ପ୍ରାରମ୍ଭିକ କରବାରରେ ଟଙ୍କା ରେକର୍ଡ ସ୍ତରକୁ ଖସି ୩୯ ପଇସା ହ୍ରାସ ପାଇଛି | ଏବେ ଏକ ଡଲାରର ମୂଲ୍ୟ ୮୧.୧୮ ଟଙ୍କା | ଡଲାର ତୁଳନାରେ ଟଙ୍କାର ଏହା ହେଉଛି ସର୍ବକାଳୀନ ସର୍ବନିମ୍ନ ସ୍ତର ।

ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ସହ ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ସୁଧ ହାର ବୃଦ୍ଧି କରିବା ଯୋଗୁଁ ଟଙ୍କା ମୂଲ୍ୟରେ ହ୍ରାସ ପାଇଥିବା କୁହାଯାଉଛି ।

ଟଙ୍କାର କ୍ରମାଗତ ହ୍ରାସ ଭାରତ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ସମଗ୍ର ବିଶ୍ୱରେ ସୁଧ ହାରର ବୃଦ୍ଧି ଭାରତକୁ ଆସୁଥିବା ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ସିଧାସଳଖ ପ୍ରଭାବ ପକାଇପାରେ | ତୈଳ ଆମଦାନୀରେ ମଧ୍ୟ ଭାରତକୁ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡିବ।

ଟଙ୍କାରେ ହ୍ରାସର ପ୍ରଭାବ ଷ୍ଟକ୍ ମାର୍କେଟରେ ମଧ୍ୟ ଦେଖିବାକୁ ମିଳୁଛି । ସେନ୍ସେକ୍ସ ଏବଂ ନିଫ୍ଟି ପ୍ରାୟ ଏକ ପ୍ରତିଶତ ହ୍ରାସ ସହ କାରବାର କରୁଛନ୍ତି।

ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ଦଳର ସମାଲୋଚନାର ସମ୍ମୁଖୀନ ହୋଇଛି।

ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ବ୍ୟଙ୍ଗାତ୍ମକ ଶୈଳୀରେ ଲେଖିଛନ୍ତି – ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବାରେ କୌଣସି ଆପତ୍ତି ନାହିଁ। ଭାରତର ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ .. ଶୀଘ୍ର ଶହେ ଆଡକୁ ମୁହାଁଉଛି |