ଜାତିସଂଘ ମାନବ ଅଧିକାର ପରିଷଦରୁ ରୁଷ୍ ନିଲମ୍ବିତ | News Room Odisha

ଜାତିସଂଘ ମାନବ ଅଧିକାର ପରିଷଦରୁ ରୁଷ୍ ନିଲମ୍ବିତ

ନ୍ୟୁୟର୍କ: ରୁଷ ଜାତିସଂଘ ମାନବ ଅଧିକାର ପରିଷଦରୁ ନିଲମ୍ବିତ ହୋଇଛି । ୟୁକ୍ରେନ ବୁଚା ସହରରେ ରୁଷ ସେନା ଦ୍ବାରା ସାଧାରଣ ଲୋକଙ୍କ ଗଣହତ୍ୟା ତଥା ମାନବିକ ଅଧିକାରର ଉଲ୍ଲଂଘନ ନେଇ ଜାତିସଂଘ ଏହି ନିଷ୍ପତ୍ତି ନେଇଛି। ରୁଷକୁ ଜାତିସଂଘ ମାନବ ଅଧିକାର ପରିଷଦରୁ ନିଲମ୍ବନ କରିବାକୁ ପ୍ରସ୍ତାବ ଉପରେ ଆଜି ଜାତିସଂଘ ତରଫରୁ ଭୋଟିଂ ହୋଇଥିଲା । ଏହି ପ୍ରସ୍ତାବକୁ ୯୩ ଟି ଦେଶ ସମର୍ଥନ କରିଥିବା ବେଳେ, ୨୪ଟି ଦେଶ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ। ୫୮ ଟି ଦେଶ ଅନୁପସ୍ଥିତ ରହିଥିଲେ |

ଏହି ଭୋଟରୁ ଭାରତ ମଧ୍ୟ ଦୂରେଇ ରହିଥିଲା। ମିଳିତ ଜାତିସଂଘରେ ୟୁକ୍ରେନ ସଙ୍କଟ ଉପରେ ଏଯାବତ୍ ଯେତେଥର ଭୋଟିଂ ହୋଇଛି, ଭାରତ ସବୁଥର ଦୂରେଇ ରହିଛି।