ସବୁ ୟୁକ୍ରେନୀୟଙ୍କୁ ନାଗରିକତା ପ୍ରଦାନ କରିବ ରୁଷ | News Room Odisha

ସବୁ ୟୁକ୍ରେନୀୟଙ୍କୁ ନାଗରିକତା ପ୍ରଦାନ କରିବ ରୁଷ

ମସ୍କୋ: ରୁଷ ଏବେ ସମସ୍ତ ୟୁକ୍ରେନୀୟମାନଙ୍କୁ ନାଗରିକତା ପ୍ରଦାନ କରିବ ।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ସମସ୍ତ ନାଗରିକଙ୍କୁ ରୁଷର ନାଗରିକତା ପ୍ରଦାନ କରିବାକୁ ଏକ ସରକାରୀ ଆଦେଶନାମାରେ ଦସ୍ତଖତ କରିଛନ୍ତି।

ସମସ୍ତ ୟୁକ୍ରେନ ନାଗରିକଙ୍କ ପାଇଁ ରୁଷର ନାଗରିକତା ପ୍ରଦାନ ପାଇଁ ପୁଟିନ ଏକ ପ୍ରକ୍ରିୟା ସମ୍ବନ୍ଧୀୟ ଆଦେଶରେ ଦସ୍ତଖତ କରିଛନ୍ତି। ଏହି ଆଦେଶ ରୁଷର ଅଫିସିଆଲ୍ ୱେବସାଇଟରେ ମଧ୍ୟ ପ୍ରକାଶ ପାଇଛି।

ଏହାପୂର୍ବରୁ ମେ ମାସରେ ପୁଟିନ ଦକ୍ଷିଣ ୟୁକ୍ରେନର କିଛି ଅଞ୍ଚଳରେ ବାସିନ୍ଦାଙ୍କ ପାଇଁ ରୁଷର ନାଗରିକତ୍ୱ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତାହା କେବଳ ୟୁକ୍ରେନର ଡୋନେସ୍କ ଏବଂ ଲୁହାଂସ୍କ ବାସିନ୍ଦାଙ୍କୁ ନାଗରିକତା ପ୍ରଦାନ କ୍ଷେତ୍ରରେ ପ୍ରଯୁଜ୍ୟ ଥିଲା |

ୟୁକ୍ରେନ ସହ ଯୁଦ୍ଧ ପୂର୍ବରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମଗ୍ର ଲୁହାଂସ୍କ ଏବଂ ଡୋନେସ୍କକୁ ୟୁକ୍ରେନରୁ ସ୍ବାଧୀନ ହୋଇଛି ବୋଲି ଘୋଷଣା କରିଥିଲେ।