ୟୁକ୍ରେନର ଦ୍ଵିତୀୟ ବୃହତ୍ତମ ସହର ଖାର୍କିଭରେ ବି ପଶିଲେ ରୁଷୀୟ ସେନା | News Room Odisha

ୟୁକ୍ରେନର ଦ୍ଵିତୀୟ ବୃହତ୍ତମ ସହର ଖାର୍କିଭରେ ବି ପଶିଲେ ରୁଷୀୟ ସେନା

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ଚତୁର୍ଥ ଦିନ | ରୁଷ ଏବଂ ୟୁକ୍ରେନ ମଧ୍ୟରେ ଅବସ୍ଥା ବିଗିଡିବାରେ ଲାଗିଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ଯୁଦ୍ଧ ଚାଲିଛି। ଏହି ସମୟରେ ୟୁକ୍ରେନ ଦାବି କରିଛି ଯେ ରୁଷ୍ ଫେବୃଆରୀ ୨୪ ରୁ ୧୪ଟି ବିମାନ, ୮ ଟି ହେଲିକପ୍ଟର, ୧୦୨ ଟ୍ୟାଙ୍କ୍, ୫୩୬ ବିବିଏମ, ୧୫ ଟି ଭାରୀ ମେସିନ ଗନ୍ ଏବଂ ଗୋଟିଏ ବିୟୁକେ କ୍ଷେପଣାସ୍ତ୍ର ହରାଇଛି। ଏହାଛଡ଼ା ଏହି ଯୁଦ୍ଧରେ ରୁଷ୍ ୩୫୦୦ ରୁ ଅଧିକ ସୈନିକଙ୍କୁ ହରାଇଛି। ତେବେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବାରୁ ହଜାର ହଜାର ୟୁକ୍ରେନ ନାଗରିକ ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି।

ରାଜଧାନୀ କିଭ୍ ପରେ ରୁଷର ସୈନ୍ୟମାନେ ୟୁକ୍ରେନର ଦ୍ଵିତୀୟ ବୃହତ୍ତମ ସହର ଖାର୍କିଭ ସହରରେ ପ୍ରବେଶ କରିଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଞ୍ଚଳିକ ପ୍ରଶାସନର ମୁଖ୍ୟ କହିଛନ୍ତି ଯେ ରୁଷର ସୈନ୍ୟ ଏବଂ ୟୁକ୍ରେନ ସଶସ୍ତ୍ର ବାହିନୀ ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଛି।