ୟୁକ୍ରେନ ସହର ଖାରକିଭ ଉପରେ ରୁଷର ଘନ ଘନ ମିସାଇଲ୍ ମାଡ଼ | News Room Odisha

ୟୁକ୍ରେନ ସହର ଖାରକିଭ ଉପରେ ରୁଷର ଘନ ଘନ ମିସାଇଲ୍ ମାଡ଼

ଖାରକିଭ: ରୁଷ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭକୁ କବଜା କରିବାକୁ ଏହି ସହର ଉପରେ ଆକ୍ରମଣ ଜୋରଦାର କରିଛି । ପୂର୍ବ ୟୁକ୍ରେନରେ ରୁଷ ନିଜ ବାୟୁସେନାଙ୍କୁ ଯୁଦ୍ଧ ମଇଦାନକୁ ଓହ୍ଲାଇଛି । ଖବର ମୁତାବକ ୟୁକ୍ରେନ୍ ଓ ରୁଷ ସେନା ମଧ୍ୟରେ ଏଠାରେ ଭୀଷଣ ସଂଗ୍ରାମ ଚାଲିଛି । ୟୁକ୍ରେନ ସୈନ୍ୟମାନେ କହିଛନ୍ତି ଯେ ରୁଷର ସୈନ୍ୟବାହିନୀ ଏକ ହସ୍ପିଟାଲ ଉପରେ ଆକ୍ରମଣ କରିଛି ।

ପ୍ରକାଶଥାଉ ଯେ ରୁଷର ସୀମା ପରେ ଖାରରକିଭର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ । ଏହି ସହରର ଅଧିକାଂଶ ଲୋକ‌ ରୁଷୀୟ ଭାଷା କହନ୍ତି । ଖାରକିଭ୍ ଉପରେ ନିୟନ୍ତ୍ରଣ ରୁଷର ଲକ୍ଷ୍ୟ । ରୁଷୀୟ ସୀମା ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହର ଉପରେ ରୁଷର ଘନ ଘନ ମିସାଇଲ୍ ଓ ବୋମା ମାଡ଼ ହେଉଛି | ଏଥିରେ ଏପର୍ଯ୍ୟନ୍ତ କେତେ କ୍ଷୟକ୍ଷତି ହୋଇଛି ତା’ର କିଛି ସ୍ପଷ୍ଟ ସୂଚନା ନାହିଁ, କିନ୍ତୁ ରୁଷ ତରଫରୁ ଆକ୍ରମଣରେ ୟୁକ୍ରେନ ସେନାର ସାମରିକ ଘାଟି, ଆପାର୍ଟମେଣ୍ଟ ଏବଂ କ୍ରୀଡା ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି |

ପ୍ରାୟ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହର ରୁଷ୍ ଉପରେ ଆକ୍ରମଣର ଏକ ଦୃଢ଼ ପ୍ରତିରୋଧ କେନ୍ଦ୍ର ରହି ଆସିଛି। କିନ୍ତୁ ମସ୍କୋ ଏହି ରୁଷୀର ଭାଷୀ ସହର ଉପରେ ଆକ୍ରମଣ ବନ୍ଦ କରିବା ମୁଡରେ ନଥିବା ମନେ ହେଉଛି । ସେପଟେ ୟୁକ୍ରେନ ରାଜଧାନୀ କିଭକୁ ମଧ୍ୟ ରୁଷ ସେନା ଚାରିପଟେ ଘେରିଥିବା ଖବର ରହିଛି । ହେଲେ ରୁମକୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସେନା ।