ୟୁକ୍ରେନ ରେଳ ଷ୍ଟେସନ ଉପରେ ରୁଷର ରକେଟ୍ ମାଡ଼, ୨୨ ମୃତ | News Room Odisha

ୟୁକ୍ରେନ ରେଳ ଷ୍ଟେସନ ଉପରେ ରୁଷର ରକେଟ୍ ମାଡ଼, ୨୨ ମୃତ

କିଭ୍: ୟୁକ୍ରେନ ଦାବି କରିଛି ଯେ ଏହାର ଏକ ରେଳ ଷ୍ଟେସନ ଉପରେ ରୁଷର ରକେଟ୍ ଆକ୍ରମଣ ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।

ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଠିକ୍ ୬ ମାସ ପୁରିଥିବା ବେଳେ ଏହି ସଦ୍ୟତମ ରକେଟ୍ ମାଡ଼ ହୋଇଛି।

ୟୁକ୍ରେନ କହିଛି ଯେ ଏହି ଆକ୍ରମଣ ପୂର୍ବ ସହର ଚାପଲିନରେ ଘଟିଛି ​​ଯେଉଁଠାରେ ପାଞ୍ଚ ଜଣ ଏକ ଗାଡିରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଏକ ୧୧ ବର୍ଷର ଶିଶୁ ମଧ୍ୟ ଥିଲା |

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ପ୍ରାୟ ୫୦ ଜଣ ଆହତ ହୋଇଥିବା ସେ କହିଛନ୍ତି।

ରୁଷ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।ତେବେ ସାଧାରଣ ନାଗରିକ ଥିବା କୌଣସି ସ୍ଥାନକୁ ଆମେ ଆକ୍ରମଣ କରୁ ନାହୁ ବୋଲି ରୁଷ କହିଆସିଛି।