ନୂପୁର ଶର୍ମାଙ୍କ ମୁଣ୍ଡ କାଟ୍ କରିବାକୁ ଧମକ ଦେଇଥିବା ସଲମାନ ଚିସ୍ତି ଗିରଫ | News Room Odisha

ନୂପୁର ଶର୍ମାଙ୍କ ମୁଣ୍ଡ କାଟ୍ କରିବାକୁ ଧମକ ଦେଇଥିବା ସଲମାନ ଚିସ୍ତି ଗିରଫ

ଆଜମେର: ନୂପୁର ଶର୍ମାଙ୍କ ମୁଣ୍ଡ କାଟ୍ କରିବାକୁ ଆହ୍ବାନ କରିଥିବା ସଲମାନ ଚିସ୍ତିଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ରାଜସ୍ଥାନର ଆଜମେର ଦରଘା ଅଞ୍ଚଳରୁ ଗିରଫ କରାଯାଇଛି । ଅଜମେର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଚିସ୍ତିଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପଚରାଉଚରା ଚାଲିଛି।

ପୋଲିସ ଦାବି କରିଛି ଯେ ସଲମାନ ଚିସ୍ତିଙ୍କ ନାଁରେ ଆଗରୁ ମଧ୍ୟ ଏକ ଡଜନରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି।

ସଲମାନ ଚିସ୍ତି ଏକ ଭିଡିଓ ଜାରି କରି ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଯିଏ ନୂପୁର ଶର୍ମାଙ୍କୁ ମୁଣ୍ଡ କାଟ୍ କରିବ ତାକୁ ପୁରସ୍କାର ସ୍ୱରୂପ ସେ ତାଙ୍କ ଘର ଦେବାକୁ ମଧ୍ୟ ଚିସ୍ତି ଘୋଷଣା କରିଥିଲେ । ଜୁଲାଇ ୪ ରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଚିସ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।