ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ | News Room Odisha

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ସଲମାନଙ୍କୁ କେବେ ହତ୍ୟା କରାଯିବ ତା’ର ତାରିଖ ମଧ୍ୟ ଘୋଷଣା କରିଛି ଧମକ ଦେଇଥିବା ବ୍ୟକ୍ତି। ମୁମ୍ବାଇ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ପୋଲିସ କହିଛି ଯେ ରାଜସ୍ଥାନର ଯୋଧପୁର ନିବାସୀ ରକି ଭାଇ ନାମକ ଜଣେ ବ୍ୟକ୍ତି ଗତକାଲି କଣ୍ଟ୍ରୋଲ ରୁମକୁ କଲ୍ କରି ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ।

ମୁମ୍ବାଇ ପୋଲିସ କହିଛି ଯେ ରକି ଏପ୍ରିଲ ୩୦ରେ ଅଭିନେତା ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ମୁମ୍ବାଇ ପୋଲିସ ଏନେଇ ଅଧିକ ତଦନ୍ତ କରୁଛି। କଲ୍ କରିଥିବା ବ୍ୟକ୍ତିକୁ ଧରିବାକୁ ଉଦ୍ୟମ ଜାରି ରହିଛି ।

ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ରାଜସ୍ଥାନରୁ ଧମକପୂର୍ଣ୍ଣ ଚିଠି ଓ କଲ୍ ଆସିଛି। ସଲମାନଙ୍କୁ ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହତ୍ୟା କରିବାକୁ ଧମକ ଦେଇଥିଲା। କ୍ୟାମେରା ଆଗରେ ସେ ଅନେକ ଥର ଏଭଳି ଧମକ ଦେଇଛି। ବିଷ୍ଣୋଇ କହିଥିଲା ଯେ ସେ ପିଲାଦିନରୁ ସଲମାନଙ୍କୁ ଘୃଣା କରନ୍ତି, କାରଣ ସେ ଏକ ରାଜସ୍ଥାନର ଯୋଧପୁରରେ ଫିଲ୍ମ ସୁଟିଂ ବେଳେ ବିରଳ କୃଷ୍ଣସାର ମୃଗ ଶିକାର କରିଥିଲେ।