ଏନସିବିରେ ସମୀର ୱାଙ୍ଖେଡେଙ୍କ କାର୍ଯ୍ୟକଳ ଶେଷ, ଏବେ ଏହି ବିଭାଗର ଦାୟିତ୍ବ ସମ୍ଭାଳିବେ | News Room Odisha

ଏନସିବିରେ ସମୀର ୱାଙ୍ଖେଡେଙ୍କ କାର୍ଯ୍ୟକଳ ଶେଷ, ଏବେ ଏହି ବିଭାଗର ଦାୟିତ୍ବ ସମ୍ଭାଳିବେ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହାର ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେଙ୍କ କାର୍ଯ୍ୟକଳ ବଢ଼ାଇ ନାହିଁ । ୱାଙ୍ଖେଡେଙ୍କୁ ତାଙ୍କ ପୁରୁଣା କ୍ୟାଡରକୁ ପଠାଇ ଦିଆଯାଇଛି। ଗତ ବର୍ଷ ଡ୍ରଗ୍ ଅନ୍ କ୍ରୁଜ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିବା ପରେ ୱାଙ୍ଖେଡେ ଚର୍ଚ୍ଚାରେ ରହିଥିଲେ। ଅଗଷ୍ଟ ୨୦୨୦ରେ ତାଙ୍କୁ ଏନସିବିର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା | ଏନସିବିରେ ସମୀର ୱାଙ୍ଖେଡେଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଥିଲା। ତେବେ ଏହାକୁ ଆଉ ୪ ମାସ ବୃଦ୍ଧି କରାଯାଇଥିଲା, ଯାହା ଡିସେମ୍ବର ୩୧ରେ ଶେଷ ହୋଇଛି | ଏବେ ତାଙ୍କୁ ପୁଣି ତାଙ୍କ ହୋମ୍ କ୍ୟାଡର କଷ୍ଟମ ବିଭାଗକୁ ପଠାଇ ଦିଆଯାଇଛି।