ପାଞ୍ଚ ଦିନ ଇଡି ହାଜତକୁ ଗଲେ ସଞ୍ଜୟ ସିଂହ | News Room Odisha

ପାଞ୍ଚ ଦିନ ଇଡି ହାଜତକୁ ଗଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗୁରୁବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପାଞ୍ଚ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି ୧୦ ଦିନର ରିମାଣ୍ଡ ମାଗିଥିଲା, କିନ୍ତୁ କୋର୍ଟ ପାଞ୍ଚ ଦିନର ରିମାଣ୍ଡ ଦେଇଥିଲେ । ଏବେ ସଞ୍ଜୟ ସିଂହ ଅକ୍ଟୋବର ୧୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଏଜେନ୍ସିର ହାଜତରେ ରହିବେ ।

ସଞ୍ଜୟ ସିଂହଙ୍କୁ ଇଡି ବୁଧବାର ଦିଲ୍ଲୀର ଉତ୍ତର ଆଭେନ୍ୟୁ ସ୍ଥିତ ତାଙ୍କ ସରକାରୀ ବାସଭବନରେ ୧୦ ଘଣ୍ଟା ଧରି ତଲାସି ଓ ପଚରାଉଚରା ପରେ ଗିରଫ କରିଥିଲା । ଇଡି ଅଭିଯୋଗ କରିଛି ଯେ କିଛି ମଦ ଡିଲରଙ୍କ ଠାରୁ ସିଂହ ଲାଞ୍ଚ ନେଇଛନ୍ତି ।

ଅନ୍ୟପକ୍ଷରେ ସଞ୍ଜୟ ସିଂହଙ୍କୁ ଗିରଫ ପ୍ରତିବାଦରେ ଆପ୍ ତରଫରୁ ଆଜି ବିଜେପି ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।