ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ସଙ୍କେତ ସରଗର | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ସଙ୍କେତ ସରଗର

ବର୍ମିଂହାମ: ଇଂଲଣ୍ଡର ବର୍ମିଂହାମ ଠାରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରୋତ୍ତୋଳକ ସଙ୍କେତ ମହାଦେବ ସରଗର ଭାରତର ପଦକ ଖାତା ଖୋଲିଛନ୍ତି । ସଙ୍କେତ ଶନିବାର ୫୫ କିଲୋଗ୍ରାମ ବର୍ଗର ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ସଙ୍କେତ ମୋଟ ୨୪୮ କିଲୋଗ୍ରାମ ଉଠାଇ ଦ୍ବିତୀୟ ସ୍ଥାନ ହାସଲ ଜିତିଛନ୍ତି।

ଫାଇନାଲରେ ମାଲେସିଆର ବିବ୍ ଆନିକ୍ ଏବଂ ୨୧ ବର୍ଷୀୟ ସଙ୍କେତ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା । ଦୁର୍ଭାଗ୍ୟବଶତଃ ତାଙ୍କର ଏକ ପ୍ରୟାସ ବେଳେ ସଙ୍କେତ ଆହତ ହୋଇଥିଲେ । ତଥାପି ସେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ନିଶ୍ଚିତ କରିଥିଲେ ।

ମ୍ୟାଚ୍‌ରେ ବିବ ଆନିକ୍ ମୋଟ ୨୪୯ ଉଠାଇ ନୂଆ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ମାତ୍ର ଏକ କିଲୋଗ୍ରାମର ପାର୍ଥକ୍ୟ ଯୋଗୁଁ ସଙ୍କେତଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଦ୍ୱିତୀୟ ରାଉଣ୍ଡ ଶେଷରେ ଦୁଇଟି ପ୍ରୟାସରେ ସଙ୍କେତ ଆହତ ହୋଇଥିଲେ। ଯାହା ତାଙ୍କୁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ କରିଥିଲା ।

ଶ୍ରୀଲଙ୍କାର ଦିଲଙ୍କା ୟୋଡାଗେ ମୋଟ ୨୨୫ କେଜି ଭାର ଉଠାଇ ବ୍ରୋଞ୍ଜ ପଦକ ଜିତିଥିଲେ ।