ରାଜ୍ୟଗୋଷ୍ଠୀ କ୍ରୀଡା: ବ୍ୟାଡମିଣ୍ଟନରେ ତୃତୀୟ ସ୍ବର୍ଣ୍ଣ ଦେଲେ ସାତ୍ତ୍ୱିକ-ଚିରାଗ, ପୁରୁଷ ସିଙ୍ଗଲ୍ସ ଟିଟିରେ ଶରତ କମଲଙ୍କୁ ସ୍ବର୍ଣ୍ଣ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ବ୍ୟାଡମିଣ୍ଟନରେ ତୃତୀୟ ସ୍ବର୍ଣ୍ଣ ଦେଲେ ସାତ୍ତ୍ୱିକ-ଚିରାଗ, ପୁରୁଷ ସିଙ୍ଗଲ୍ସ ଟିଟିରେ ଶରତ କମଲଙ୍କୁ ସ୍ବର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତକୁ ମିଳିଛି ତୃତୀୟ ସ୍ବର୍ଣ୍ଣ ପଦକ । ମହିଳା ସିଙ୍ଗଲ୍ସରେ ପି.ଭି ସିନ୍ଧୁ ଏବଂ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନଙ୍କ ପରେ ପୁରୁଷ ଡବଲ୍ସରେ ଭାରତର ଷ୍ଟାର୍ ଯୋଡ଼ି ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀଙ୍କ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଫାଇନାଲରେ ସାତ୍ତ୍ୱିକ-ଚିରାଗ ଇଂଲଣ୍ଡ ଯୋଡି ସଚିନ ୱେଣ୍ଡି ଏବଂ ୱେନ ଲେନଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଟେବୁଲ ଟେନିସର ପୁରୁଷ ସିଙ୍ଗଲ୍ସରେ ଭାରତର ଭେଟେରାନ ଅଚନ୍ତା ଶରତ କମଲ ସ୍ୱର୍ଣ୍ଣ ଜିତିଛନ୍ତି। ଫାଇନାଲରେ ସେ ଇଂଲଣ୍ଡର ଲିଆମ ପିଚଫୋର୍ଡକୁ ୪-୧ରେ ପରାସ୍ତ କରିଥିଲେ । ୧୬ ବର୍ଷ ପରେ ଶରତ କମଲ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି | ଶେଷଥର ସେ ୨୦୦୬ରେ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ | ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହି ୪୦ ବର୍ଷୀୟ ଖେଳାଳି ତିନୋଟି ସ୍ୱର୍ଣ୍ଣ ଜିତିଛନ୍ତି | ସିଙ୍ଗଲ୍ସ ପୂର୍ବରୁ ସେ ମିକ୍ସଡ ଡବଲ୍ସ ଏବଂ ପୁରୁଷ ଟିମ୍ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ | ଓଭରଅଲ୍ ଶରତ କମଲଙ୍କ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି |

ସୋମବାର ଟେବୁଲ୍ ଟେନିସର ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ରେ ଭାରତର ସାଥିଆନ୍ ଜ୍ଞାନଶେକରନ୍ ଇଂଲଣ୍ଡର ଡ୍ରଙ୍କଲେଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ |