ମହଙ୍ଗା ହେବ ଋଣ, ସୁଧହାର ବଢ଼ାଇଲା ଏସବିଆଇ | News Room Odisha

ମହଙ୍ଗା ହେବ ଋଣ, ସୁଧହାର ବଢ଼ାଇଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସୀମାନ୍ତ ମୂଲ୍ୟ ଆଧାରିତ ଋଣ ହାର (ଏମସିଏଲଆର) କୁ ୧୦ ବେସିସ୍ ପଏଣ୍ଟ (ବିପିଏସ୍) ବା ୦.୧ ପ୍ରତିଶତ ବୃଦ୍ଧି କରିଛି। ଏସବିଆଇର ଏହି ନିଷ୍ପତ୍ତି ପରେ ରଣ ମହଙ୍ଗା ହେବ । ଲୋକଙ୍କୁ ଏବେ ବିଭିନ୍ନ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ ।

ଏହା ସହିତ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଆଗାମୀ ଦିନରେ ଋଣ ହାରକୁ ସଂଶୋଧନ କରିବାର ସମ୍ଭାବନା ଅଛି |

ଏସବିଆଇର ଏହି ନିଷ୍ପତ୍ତି ପରେ, ଯେଉଁମାନେ ଏମସିଏଲଆର ଉପରେ ଋଣ ନେଇଛନ୍ତି ସେମାନଙ୍କ ଇଏମ୍ଆଇ ବୃଦ୍ଧି ପାଇବ | ଅବଶ୍ୟ, ଯେଉଁମାନେ ଅନ୍ୟ ମାନକକୁ ଭିତ୍ତି କରି ଋଣ ନେଇଛନ୍ତି, ସେମାନଙ୍କ ଇଏମ୍ଆଇ ପ୍ରଭାବିତ ହେବ ନାହିଁ |
ଏସବିଆଇର ଇବିଏଲ୍ଆର୍ (ବାହ୍ୟ ମାନକ ଆଧାରିତ ଋଣ ହାର) ୬.୬୪ ପ୍ରତିଶତ ହୋଇଥିବାବେଳେ ରେପୋ ଲିଙ୍କ୍ ଋଣ ହାର (ଆରଏଲଆରଏଲ୍) ୬.୨୫ ପ୍ରତିଶତ ଅଟେ | ଏହି ହାର ଏପ୍ରିଲ ୧ ରୁ କାର୍ଯ୍ୟକାରୀ ହେବ |

ଘର ଏବଂ ଅଟୋ ଋଣ ସମେତ ଯେକୌଣସି ପ୍ରକାରର ଋଣ ପ୍ରଦାନ କରୁଥିବାବେଳେ ବ୍ୟାଙ୍କଗୁଡିକ ଇବିଏଲ୍ଆର୍ ଏବଂ ଆରଏଲ୍ଏଲ୍ଆର୍ ରେ କ୍ରେଡିଟ୍ ରିସ୍କ ପ୍ରିମିୟମ୍ (ସିଆରପି) ଯୋଗ କରନ୍ତି |

ଏସବିଆଇର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସଂଶୋଧିତ ଏମସିଏଲଆର ହାର ଏପ୍ରିଲ ୧୫ରୁ ଲାଗୁ ହେବ | ଏହି ସଂଶୋଧନ ସହିତ ଏକ ବର୍ଷର ଏମସିଏଲଆର ୭ ପ୍ରତିଶତରୁ ୭.୧୦ ପ୍ରତିଶତକୁ ବୃଦ୍ଧି ପାଇଛି |