ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏମ୍ଆର୍ ଶାହାଙ୍କୁ ହୃଦଘାତ | News Room Odisha

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏମ୍ଆର୍ ଶାହାଙ୍କୁ ହୃଦଘାତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏମ୍ଆର୍ ଶାହା ହୃଦଘାତର ଶିକାର ହୋଇଛନ୍ତି । ଚିକିତ୍ସା ପାଇଁ ଜଷ୍ଟିସ୍ ଶାହାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହିମାଚଳ ପ୍ରଦେଶରୁ ଦିଲ୍ଲୀ ଅଣାଯାଉଥିବା ସୂଚନା ରହିଛି ।

ସୂତ୍ରରୁ ପ୍ରକାଶ ଯେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଚିକିତ୍ସା ପାଇଁ ତାଙ୍କ ସାଥୀ ଜଜ୍‌ଙ୍କୁ ଦିଲ୍ଲୀ ଆଣିବା ଗୃହ ମନ୍ତ୍ରଣାଳୟ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ଜଷ୍ଟିସ ଶାହା ଗତ ସପ୍ତାହରେ ଏକ ଅବକାଶକାଳୀନ ଖଣ୍ଡପୀଠର ଅଧ୍ୟକ୍ଷତା କରିଥିଲେ ।