ମହମ୍ମଦ ଜୁବେରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ | News Room Odisha

ମହମ୍ମଦ ଜୁବେରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ପାଞ୍ଚଟି ମାମଲା ରଦ୍ଦ କରିବାକୁ ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଆବେଦନର ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି ।

ଜଷ୍ଟିସ୍ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ ଏବଂ ଏସ୍ ବୋପାନ୍ନାଙ୍କ ଖଣ୍ଡପୀଠ ମହମ୍ମଦ ଜୁବେରଙ୍କ ଓକିଲ ବୃନ୍ଦା ଗ୍ରୋଭରଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟବର୍ତ୍ତୀକାଳୀନ ନିଷ୍ପତ୍ତି ଶୁଣାଇଛନ୍ତି। ଜୁଲାଇ ୨୦ ପର୍ଯ୍ୟନ୍ତ ମହମ୍ମଦ ଜୁବେରଙ୍କ ବିରୋଧରେ କୋର୍ଟଙ୍କ ଅନୁମତି ବିନା କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଏହି ମାମଲାରେ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ମାମଲାରେ କୋର୍ଟକୁ ସହଯୋଗ କରିବାକୁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ମଧ୍ୟ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦କୁ ଦିନ ଧାର୍ଯ୍ୟ କରିଛନ୍ତି ।