ରାଜଧାନୀରେ ସେପ୍ଟେମ୍ବର ପହିଲାରୁ ପର୍ଯ୍ୟାୟକ୍ରମେ ଖୋଲିବ ସ୍କୁଲ | News Room Odisha

ରାଜଧାନୀରେ ସେପ୍ଟେମ୍ବର ପହିଲାରୁ ପର୍ଯ୍ୟାୟକ୍ରମେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ । ଏହା ପରେ ସେପ୍ଟେମ୍ବର ୮ରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ।

ଅନ୍ୟପକ୍ଷରେ କୋଭିଡ-୧୯ର ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଜାତୀୟ ରାଜଧାନୀରେ ସ୍କୁଲ ଖୋଲିବା ଯୋଜନା ନେଇ ଅଭିଭାବକଙ୍କ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ସେପ୍ଟେମ୍ବରରୁ ଦିଲ୍ଲୀରେ ସ୍କୁଲ ପୁନଃ ଖୋଲିବାକୁ ସୁପାରିଶ କରିଥିଲା।

କିଛି ଲୋକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଆଉ କିଛି କହିଛନ୍ତି ଯେ ସମ୍ଭାବ୍ୟ ତୃତୀୟ ଲହରୀ ବିଷୟରେ ବିଶେଷଜ୍ଞ ମାନେ ଚେତାବନୀ ଦେଇଥିବାରୁ ଆଉ କିଛି ସପ୍ତାହ କିମ୍ବା ମାସ ଅପେକ୍ଷା କରିଥିଲେ କୌଣସି ଅସୁବିଧା ହୋଇନଥାନ୍ତା |