ସଂସଦରେ ମୌସୁମୀ ଅଧିବେଶନ : ରାଜ୍ୟସଭାରେ ଦଳୀୟ ସଦସ୍ୟଙ୍କୁ ହ୍ୱିପ୍ ଜାରି କଲା ବିଜେଡି, ସେପଟେମ୍ବର ୧୪ରେ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ | News Room Odisha

ସଂସଦରେ ମୌସୁମୀ ଅଧିବେଶନ : ରାଜ୍ୟସଭାରେ ଦଳୀୟ ସଦସ୍ୟଙ୍କୁ ହ୍ୱିପ୍ ଜାରି କଲା ବିଜେଡି, ସେପଟେମ୍ବର ୧୪ରେ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର – ଆସନ୍ତା ୧୪ ତାରିଖରୁ ପାର୍ଲାମେଂଟର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ପ୍ରଥମ ଦିନ ହିଁ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ହେବା ସମ୍ଭାବନା ରହିଛି । ରାଜ୍ୟସଭାରେ ନିଜର ସମସ୍ତ ସଦସ୍ୟଙ୍କୁ ହ୍ୱିପ୍ ଜାରି କରିଛି ବିଜେଡି । ଦଳ ପକ୍ଷରୁ ତିନି ଧାଡିଆ ହ୍ୱିପ୍ ଜାରି କରାଯାଇଛି । ସେପଟେମ୍ବର ୧୪ ତାରିଖରେ ଗୃହରେ କିଛି ଗୁରୁତ୍ୱପୂଣ୍ଣ ର୍ ପ୍ରସଙ୍ଗରେ ଆଲୋଚନା ଥିବାରୁ ସେହି ଦିନ ସବୁ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ହରିବଂଶଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଜେଡିୟୁ ମୁଖ୍ୟ ନୀତୀଶ କୁମାର କଥା ହୋଇଛନ୍ତି । ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ, ସେ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ନବୀନ ଏ ନେଇ ଖୁବ୍ ଶୀଘ୍ର ନିଷ୍ପତି ନେବା ଆଶା କରାଯାଉଛି ।

BJD