କରୋନା ଯୋଗୁଁ ନୋଏଡାରେ ୧୪୪ ଧାରା ଲାଗୁ | News Room Odisha

କରୋନା ଯୋଗୁଁ ନୋଏଡାରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ ମୁଣ୍ଡ ଟେକିଛି। ଏପରି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ପୁଣି ଥରେ କଟକଣା ଫେରିଲାଣି | ଦିଲ୍ଲୀକୁ ଲାଗିଥିବା ଉତ୍ତର ପ୍ରଦେଶର ନୋଏଡା ସହ ଗୌତମ ବୁଦ୍ଧ ନଗର ଏବଂ ଗାଜିଆବାଦରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ତରଫରୁ ଗୌତମବୁଦ୍ଧ ନଗର ଏବଂ ଗାଜିଆବାଦରେ ଧାରା ୧୪୪ ଲାଗୁ କରାଯାଇଛି। ଏଥିସହ ଗୌତମ ବୁଦ୍ଧ ନଗର କମିଶନରଙ୍କ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୨୭୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗୌତମ ବୁଦ୍ଧ ନଗରରେ ୧୧୭, ଗାଜିଆବାଦରେ ୫୫, ଲକ୍ଷ୍ନୌରେ ୨୬ ଏବଂ ଆଗ୍ରାରେ ୧୫ଟି ମାମଲା ରୁଜୁ ହୋଇଛି। ଏହି କାରଣରୁ ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗରରେ ଧାରା ୧୪୪ ଲାଗୁ କରାଯାଇଛି। ନୋଏଡାରେ ମେ ୩୧ ଯାଏଁ ଏବଂ ଗାଜିଆବାଦରେ ଜୁନ୍ ୧୦ ପର୍ଯ୍ୟନ୍ତ ଧାରା ୧୪୪ ବଳବତ୍ତର ରହିବ | ତେବେ ଏହି ସମୟ ମଧ୍ୟରେ କରୋନା ଗାଇଡ ଲାଇନ ପାଳନ ପୂର୍ବକ ସ୍କୁଲ ଖୋଲା ରହିବ ।