ମହା ବିକାଶ ଅଘାଡି ମେଣ୍ଟର ୨୫ ନେତାଙ୍କ ସୁରକ୍ଷା ହଟାଇଲେ ସିନ୍ଦେ ସରକାର | News Room Odisha

ମହା ବିକାଶ ଅଘାଡି ମେଣ୍ଟର ୨୫ ନେତାଙ୍କ ସୁରକ୍ଷା ହଟାଇଲେ ସିନ୍ଦେ ସରକାର

ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଦେ ସରକାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି (ଏମଭିଏ) ମେଣ୍ଟର ୨୫ ଜଣ ନେତାଙ୍କ ସୁରକ୍ଷା କଭର ହଟାଇ ଦେଇଛନ୍ତି । ଏବେ ଏହି ନେତାଙ୍କ ଘର କିମ୍ବା ଏସକର୍ଟ ବାହାରେ ସ୍ଥାୟୀ ପୋଲିସ ସୁରକ୍ଷା ରହିବ ନାହିଁ।

ଜଣେ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଏମଭିଏ ନେତାଙ୍କ ସୁରକ୍ଷା କଭର ହଟାଇ ଦିଆଯାଇଛି। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସୁରକ୍ଷା ବଳବତ୍ତର ରହିଛି। ସେ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ସଭାପତି ଶରଦ ପାୱାର ଏବଂ ତାଙ୍କ ଝିଅ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ବଜାୟ ରଖାଯାଇଛି । ଜୟନ୍ତ ପାଟିଲ, ଛଗନ ଭୁଜବଳ ଏବଂ ଜେଲରେ ଥିବା ଅନୀଲ ଦେଶମୁଖଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି ।