ଆରଜେଡି ଛାଡିଲେ ବରିଷ୍ଠ ନେତା ରଘୁବଂଶ ପ୍ରସାଦ, ଚିଠି ଲେଖିଲେ ଲାଲୁ | News Room Odisha

ଆରଜେଡି ଛାଡିଲେ ବରିଷ୍ଠ ନେତା ରଘୁବଂଶ ପ୍ରସାଦ, ଚିଠି ଲେଖିଲେ ଲାଲୁ

ପାଟନା- ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫେସର ରଘୁବଂଶ ପ୍ରସାଦ ସିଂହ ଆରଜେଡିରୁ ଇସ୍ତଫା ଦେଇଛନ୍ତି । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ଅନୁଗତ ଭାବେ ଜଣାଶୁଣା ରଘୁବଂଶଙ୍କ ଇସ୍ତଫା ଆରଜେଡି ପାଇଁ ବଡ ଝଟକା ହୋଇଛି । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ରଘୁବଂଶ ଗୁରୁବାର ସକାଳେ ଲାଲୁଙ୍କୁ ୩୦ଟି ଶବ୍ଦରେ ଚିଠି ଲେଖି ଦଳରୁ ଇସ୍ତଫା ଦେଇଥିବା ଜଣାଇଥିଲେ ।

ହେଲେ ରାଂଚିର ହୋଟ୍‌ବାର ଜେଲରେ ଥିବା ଲାଲୁ ପ୍ରସାଦ , ରଘୁବଂଶଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମିଡିଆରେ ଜାରି କରିଛନ୍ତି । ରଘୁବଂଶ ପ୍ରଥମେ ସୁସ୍ଥ ହୋଇଯ।।ନ୍ତୁ ଓ ପରେ ଦୁହେଁ କଥା ହେବେ ବୋଲି ଲାଲୁ ଚିଠିରେ ଉଲ୍ଲେଖ କରିଛନ୍ତି । ସେ କୁଆଡେ ବି ଯାଉ ନାହାନ୍ତି । ଆଉ ଏହା ରଘୁବଂଶ ଭଲଭାବେ ଜାଣନ୍ତୁ ବୋଲି ଲାଲୁ ରଘୁବଂଶଙ୍କୁ ଚିଠି ଜରିଆରେ କହିଛନ୍ତି ।