ଚନ୍ଦ୍ରଯାନ-୩: ଆଜି ମହାକାଶଯାନର ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବ ଲ୍ୟାଣ୍ଡର 'ବିକ୍ରମ' | News Room Odisha

ଚନ୍ଦ୍ରଯାନ-୩: ଆଜି ମହାକାଶଯାନର ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବ ଲ୍ୟାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନ ପାଇଁ ଆଗାମୀ ୨୪ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଜି ଲ୍ୟାଣ୍ଡର ‘ବିକ୍ରମ’ ମହାକାଶଯାନର ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବ ।

ଚନ୍ଦ୍ରଯାନ -୩ ସଫଳତାର ସହ ଚନ୍ଦ୍ରର ପଞ୍ଚମ ତଥା ଅନ୍ତିମ କକ୍ଷରେ ପ୍ରବେଶ କରିଛି । ଆଜି ଲ୍ୟାଣ୍ଡର ବିକ୍ରମକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହେବ।

ଲ୍ୟାଣ୍ଡର୍ ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ବୋଲି ଆଶା କରାଯାଉଛି | ଚନ୍ଦ୍ରରେ ଅବତରଣ କରିବା ପରେ ବିକ୍ରମ ଲ୍ୟାଣ୍ଡର ପ୍ରଜ୍ଞାନ ରୋଭରର ଫଟୋ ଉଠାଇବ, ଯାହା ଚନ୍ଦ୍ରପୃଷ୍ଠରେ ଭୂକମ୍ପ ସମ୍ବନ୍ଧୀୟ ଗତିବିଧିର ଅଧ୍ୟୟନ କରିବ।

ଭାରତର ଏହି ମୁନ୍ ମିଶନ ବୁଧବାର ଚନ୍ଦ୍ରର ପଞ୍ଚମ ତଥା ଅନ୍ତିମ କକ୍ଷପଥର ପରିକ୍ରମା ଶେଷ କରି ମହାକାଶଯାନକୁ ଚନ୍ଦ୍ର ପୃଷ୍ଠର ନିକଟତର କରିଛି।

ବର୍ତ୍ତମାନ ବିକ୍ରମ ଲ୍ୟାଣ୍ଡର ମହାକାଶଯାନର ପ୍ରପଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହେବ |

ଏହାପୂର୍ବରୁ ଇସ୍ରୋ ଟୁଇଟ୍ କରି କହିଥିଲା ଯେ, ଚନ୍ଦ୍ରଯାନ-୩ ପୂର୍ବାନୁମାନ ପ୍ରକାରେ ଚନ୍ଦ୍ରର ୧୫୩ x ୧୬୩ କିଲୋମିଟର କକ୍ଷପଥରେ ସ୍ଥାପିତ ହୋଇଛି । ଏହାଛଡ଼ା ଚନ୍ଦ୍ରର ସୀମାରେ ପ୍ରବେଶ କରିବା ପ୍ରକ୍ରିୟା ଶେଷ ହୋଇଛି |

ଜୁଲାଇ ୧୪ରେ ଲଞ୍ଚ ହେବା ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା | ଏହା ଅଗଷ୍ଟ ୬, ୯ ଏବଂ ୧୪ରେ ଚନ୍ଦ୍ରର ପରବର୍ତ୍ତୀ କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରର ନିକଟତର ହୋଇଥିଲା |