ଅରୁଣାଚଳ ପ୍ରଦେଶ: ହିମସ୍ଖଳନ ଯୋଗୁଁ ୭ ସେନା ଯବାନ ନିଖୋଜ | News Room Odisha

ଅରୁଣାଚଳ ପ୍ରଦେଶ: ହିମସ୍ଖଳନ ଯୋଗୁଁ ୭ ସେନା ଯବାନ ନିଖୋଜ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ହିମସ୍ଖଳନ ଯୋଗୁଁ ପ୍ରାୟ ୭ ଜଣ ସେନା କର୍ମଚାରୀ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ସୂଚନା ପାଇବା ମାତ୍ରେ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ହିମସ୍ଖଳନରେ ଯୋଗୁଁ ନିଖୋଜ ସୈନିକ ମାନଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି।

ସେନା ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ହଠାତ୍ ହିମସ୍ଖଳନ ହେବାରୁ ସେନାର ସାତ ଜଣ ଯବାନ ନିଖୋଜ ହୋଇଛନ୍ତି । ହିମସ୍ଖଳନର ଶିକାର ହୋଇଥିବା ଏହି ଯବାନମାନେ ଏକ ପାଟ୍ରୋଲିଂ ଦଳର ସଦସ୍ୟ ଥିଲେ | ଉଦ୍ଧାର କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ସେନା ଦଳ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲା। କୁହାଯାଇଛି ଯେ ଗତ କିଛି ଦିନ ଧରି ଲଗାତାର ତୁଷାରପାତ ହେତୁ ଏହି ଅଞ୍ଚଳର ପାଗ ଅତ୍ୟନ୍ତ ଖରାପ ଥିଲା। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସମସ୍ୟା ଦେଖାଦେଇପାରେ |