ଘାଟି ତଳକୁ ଖସିଲା ବସ୍, ୭ ମୃତ | News Room Odisha

ଘାଟି ତଳକୁ ଖସିଲା ବସ୍, ୭ ମୃତ

ଚିତ୍ତୂର: ଆନ୍ଧ୍ରପ୍ରଦେଶର ଚିତ୍ତୂରରେ ଗତକାଲି ବିଳମ୍ବିତ ରାତିରେ ଏକ ବସ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪୫ ଜଣ ଆହତ ହୋଇଛନ୍ତି। ତିରୁପତି ଏସପିଙ୍କ କହିବାନୁସାରେ, ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି | ତିରୁପତିଠାରୁ ୨୫ କିଲୋମିଟର ଦୂରରେ ଥିବା ବକ୍ରାପେଟାରେ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ବସ୍ ଏକ ଘାଟିରୁ ତଳକୁ ଖସି ପଡ଼ିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହା ସହିତ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।