ଜର୍ମାନୀର ହାମବର୍ଗ ସହରରେ ଗୁଳିମାଡ଼, ୭ ମୃତ | News Room Odisha

ଜର୍ମାନୀର ହାମବର୍ଗ ସହରରେ ଗୁଳିମାଡ଼, ୭ ମୃତ

ହେମ୍ବ୍ରମ: ଜର୍ମାନୀର ହାମବର୍ଗ ସହରରେ ଜଣେ ଆତତାୟୀ ଆଖିବୁଜା ଗୁଳିମାଡ଼ କରିବାରୁ ଅତିକମରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ​​ଏହି‌ ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତର ଜର୍ମାନୀର ହାମବର୍ଗ ସହରରେ ଏହି ଗୁଳିକାଣ୍ଡ ଘଟିଛି। ପୋଲିସ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ପଛର କାରଣ ଓ ଏଥିରେ କିଏ ସମ୍ପୃକ୍ତ ତାହା ଜଣାପଡିନାହିଁ । ପୋଲିସ କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ପୋଲିସ କହିବା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଏକ ତିନି ମହଲା କୋଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ସହରର ମେୟର ପିଟର ଚଞ୍ଚର ଏହି ଗୁଳିକାଣ୍ଡ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୬ରେ ବର୍ଲିନର ଖ୍ରୀଷ୍ଟମାସ ବଜାରରେ ଆତଙ୍କବାଦୀ ଏକ‌ ଭିଡ଼ ଉପରେ ଟ୍ରକ ମଡାଇ ଦେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାରେ ଟ୍ୟୁନିସିଆ ଆକ୍ରମଣକାରୀ ଆଇଏସଆଇଏସ ଦଳର ସମର୍ଥକ ସମ୍ପୃକ୍ତ ଥିଲା ।