ତେଲ ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୭ ଶ୍ରମିକ ମୃତ | News Room Odisha

ତେଲ ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୭ ଶ୍ରମିକ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରେ ତେଲ ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

କାକିନାଡା ପେଦାପୁରମ୍‌ ପଞ୍ଚାୟତ ରାଗମପେଟାରେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଆଜି ସକାଳେ ଏକ ତେଲ କମ୍ପାନୀରେ ତେଲ ଟାଙ୍କି ସଫା କରିବା ପାଇଁ ଟାଙ୍କି ଭିତରେ କିଛି ଶ୍ରମିକ ପସିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୭ ଜଣ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ମୃତକମାନେ ପେଦାପୁରମ ଜିଲ୍ଲାର ପଡେରୁ ଓ ପେଦାପୁରମର ବାସିନ୍ଦା ବୋଲି ଜଣାପଡିଛି।

ସୂଚନା ମୁତାବକ, ତେଲ ଟାଙ୍କି ସଫା କରିବା ପାଇଁ ପ୍ରଥମେ ଜଣେ କର୍ମଚାରୀ ଟାଙ୍କି ଭିତରକୁ ଯାଇଥିଲେ। ସେ ଦୀର୍ଘ ସମୟ ଧରି ନ ଫେରିବାରୁ ଅନ୍ୟ ଶ୍ରମିକମାନେ ମଧ୍ୟ ତେଲ ଟାଙ୍କି ଭିତରେ ପଶିଥିଲେ। ଶ୍ୱାସରୁଦ୍ଧ ହୋଇ ୭ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।