ଗୁଟଖା ବିଜ୍ଞାପନ ପାଇଁ ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ନୋଟିସ୍ | News Room Odisha

ଗୁଟଖା ବିଜ୍ଞାପନ ପାଇଁ ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଗୁଟଖା କମ୍ପାନୀର ବିଜ୍ଞାପନ ପାଇଁ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ କେନ୍ଦ୍ର ସରକାର ନୋଟିସ୍ ପଠାଇଛନ୍ତି ।

ଏହି ମାମଲାରେ ଅବମାନନା ଆବେଦନର ଜବାବ ଦାଖଲ ସହ ଏହି ତିନି ଅଭିନେତାଙ୍କୁ ନୋଟିସ୍ ପଠାଇବା ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚକୁ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ଚାଲିଛି ।ତେଣୁ ହାଇକୋର୍ଟରେ ଦାଖଲ ଆବେଦନକୁ ଖାରଜ କରାଯିବା ଉଚିତ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୯ ମଇ ୨୦୨୪ରେ ହେବ।

ଏହି ମାମଲାରେ ଆବେଦନକାରୀ ଯୁକ୍ତି କରିଥିଲେ ଯେ ଗୁଟଖା ବିଜ୍ଞାପନ କରୁଥିବା ଅଭିନେତା ଏବଂ ସେଲିବ୍ରିଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । ସେମାନଙ୍କୁ ସରକାର ପଦ୍ମ ସମ୍ମାନ ଭଳି ପୁରସ୍କାର ଦେଇଛନ୍ତି । କିନ୍ତୁ ସେମାନେ ଗୁଟଖା କମ୍ପାନୀଗୁଡିକ ପାଇଁ ବିଜ୍ଞାପନ କରି ଭୁଲ୍ ଉଦାହରଣ ସୃଷ୍ଟି କରୁଛନ୍ତି ।