ନିଜର ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିବେ କିଙ୍ଗ୍ ଖାନ୍, ଟ୍ବିଟ୍ କରି ଦେଲେ ସଙ୍କେତ | News Room Odisha

ନିଜର ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିବେ କିଙ୍ଗ୍ ଖାନ୍, ଟ୍ବିଟ୍ କରି ଦେଲେ ସଙ୍କେତ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ ଆଜିକାଲି ତାଙ୍କ ଫିଲ୍ମ ପଠାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ମଙ୍ଗଳବାର ଶାହାରୁଖଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପୋଷ୍ଟରୁ କିଙ୍ଗ ଖାନ ଏବେ ଓଟିଟି ଦୁନିଆରେ ଏଣ୍ଟ୍ରି କରୁଥିବା ଜଣାପଡ଼ିଛି | ସେ କୌଣସି ଫିଲ୍ମ ଅବା ସିରିଜ୍ ନେଇ ଓଟିଟିକୁ ଆସୁ ନାହାନ୍ତି ବରଂ ନିଜସ୍ବ ଓଟିଟି ପ୍ଲାଟଫର୍ମ ‘SRK+’ ଲଞ୍ଚ କରିବାକୁ ସଙ୍କେତ ଦେଇଛନ୍ତି । ଶାହାରୁଖ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଏବଂ ଏହା ଜାଣିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଶାହରୁଖ ଟ୍ବିଟ୍ କରି ଲେଖିଛନ୍ତି, ‘ଓଟିଟି ଦୁନିଆରେ କିଛି ଘଟିବାକୁ ଯାଉଛି’। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ରୁପେଲି ପରଦା ପରେ କିଙ୍ଗ ଖାନ୍ ଏବେ ଓଟିଟିରେ ନିଆଁଋ ଲଗାଇବାକୁ ପ୍ରସ୍ତୁତ ।

ଶାହାରୁଖ ଏହି ପୋଷ୍ଟକୁ ସେୟାର କରିବା ମାତ୍ରେ ତାଙ୍କ ପ୍ରଶଂସକଙ୍କ ଉତ୍ସାହ ଟ୍ୱିଟରରେ ସ୍ପଷ୍ଟ ଦେଖାଯାଉଛି।

ଶାହାରୁଖ ଖାନ ମଙ୍ଗଳବାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ନିଜର ଓଟିଟି ପ୍ଲାଟଫର୍ମ ‘SRK +’ ର ଶୁଭାରମ୍ଭ ଘୋଷଣା କରିବା ପରେ ତାଙ୍କ ବନ୍ଧୁ ସୁପରଷ୍ଟାର ସଲମାନ ଖାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଲମାନ ଲେଖିଛନ୍ତି, ‘ଆଜି ତୁମ ତରଫରୁ ପାର୍ଟି, ତୁମର ନୂଆ ଓଟିଟି ଆପ୍ SRK +’ ପାଇଁ ତୁମକୁ ଅଭିନନ୍ଦନ’

ଗତ ବର୍ଷ ଶାହରୁଖ ଓଟିଟିକୁ ଆସିବାକୁ ସଙ୍କେତ ଦେଇଥିଲେ, ଯଦିଓ ସେତେବେଳେ ଲୋକମାନେ ଭାବିଥିଲେ କି କିଙ୍ଗ ଖାନ ଓଟିଟିରେ କିଛି ଫିଲ୍ମ ଲଞ୍ଚ୍ କରିପାରନ୍ତି | କିନ୍ତୁ ବର୍ତ୍ତମାନ ସେ ପ୍ରତ୍ୟେକ ପ୍ରଶଂସକଙ୍କୁ ନିଜର ନୂଆ ଓଟିଟି ଲଞ୍ଚ୍ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।