ଗୌତମ ଆଦାନୀଙ୍କୁ ଭେଟିଲେ ଶରଦ ପାୱାର | News Room Odisha

ଗୌତମ ଆଦାନୀଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ:ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗୁରୁବାର ତାଙ୍କ ବାସଭବନରେ ବ୍ୟବସାୟୀ ଗୌତମ ଆଦାନୀଙ୍କୁ ଭେଟିଛନ୍ତି ।

ହିଣ୍ଡେନବର୍ଗ ରିପୋର୍ଟର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରିବାକୁ ବିରୋଧୀ ଦଳ ଦାବି କରୁଥିବା ବେଳେ ଆଦାନୀଙ୍କ ସହ ପାଓ୍ବାରଙ୍କ ସାକ୍ଷାତ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାର ଏକ ରିପୋର୍ଟରେ ଆମେରିକାର ଫରେନସିକ୍ ଫାଇନାନ୍ସିଆଲ୍ କମ୍ପାନୀ ହିଣ୍ଡେନବର୍ଗ, ଆଦାନୀ ଗ୍ରୁପ୍ ବିରୋଧରେ ଅନିୟମିତତା ନେଇ ଗୁରୁତର ଅଭିଯୋଗ ଆଣିଥିଲା।

ହିଣ୍ଡେନବର୍ଗ ରିପୋର୍ଟ ପରେ କଂଗ୍ରେସ ସହ ଅନେକ ବିରୋଧୀ ଦଳ ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗର ଜେପିସି ତଦନ୍ତ ଦାବି କରିଆସୁଛନ୍ତି। ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାରରେ ଉଭୟ ଏନସିପି ଓ କଂଗ୍ରେସ ସହଯୋଗୀ ଥିଲେ।

ସୂତ୍ରରୁ ପ୍ରକାଶ ଯେ ଗୌତମ ଆଦାନୀ ଓ ଶରଦ ପାୱାରଙ୍କ ସାକ୍ଷାତ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା।

ନିକଟରେ ମଧ୍ୟ ଶରଦ ପାୱାର ଏକ ସାକ୍ଷାତକାରରେ ଆଦାନୀ ଗ୍ରୁପକୁ ସମର୍ଥନ ଜଣାଇଥିଲେ । କଂଗ୍ରେସ ଲାଇନରୁ ହଟି ପାଓ୍ବାର ଏହି ମାମଲାରେ ଜେପିସି ତଦନ୍ତକୁ ବିରୋଧ କରିଥିଲେ ।