ପାକିସ୍ତାନ: ପ୍ରଧାନମନ୍ତ୍ରୀ ଦୌଡ଼ରେ ଶାହବାଜ ସରିଫ ଓ ଶାହ ମେହମୁଦ କ୍ୟୁରେଶି | News Room Odisha

ପାକିସ୍ତାନ: ପ୍ରଧାନମନ୍ତ୍ରୀ ଦୌଡ଼ରେ ଶାହବାଜ ସରିଫ ଓ ଶାହ ମେହମୁଦ କ୍ୟୁରେଶି

ଇସଲାମାବାଦ: ଆସ୍ଥା ଭୋଟରେ ଇମ୍ରାନ ଖାନ ହାରିବା ପରେ ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ଦୌଡ଼ରେ ଶାହବାଜ ସରିଫ ଏବଂ ଶାହ ମେହମୁଦ କ୍ୟୁରେଶି ରହିଥିବା ଜଣାପଡିଛି । ମିଳିତ ବିରୋଧୀ ଦଳ ଶାହାବାଜ ସରିଫଙ୍କୁ ପ୍ରାର୍ଥୀ କରିଥିବାବେଳେ ପାକିସ୍ତାନ ତେହେରିକ-ଇ-ଇନସାଫ ଶାହା ମେହମୁଦ କୁରେଶୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିଛି। ଉଭୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସୋମବାର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ପାକିସ୍ତାନୀ ସଂସଦରେ ଅନାସ୍ଥା ଭୋଟରେ ଇମ୍ରାନ ଖାନଙ୍କ ଦଳ ପରାସ୍ତ ହୋଇଥିଲା। ଇମ୍ରାନଙ୍କ ବିରୋଧରେ ୧୭୪ ଭୋଟ୍ ପଡ଼ିଥିଲା |

ପାକିସ୍ତାନର ସୁପ୍ରିମକୋର୍ଟ ଉପ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରି ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।