ମୁମ୍ବାଇରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା, ମହିଳାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା ଲିଭ୍ ଇନ୍ ପାର୍ଟନର | News Room Odisha

ମୁମ୍ବାଇରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା, ମହିଳାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା ଲିଭ୍ ଇନ୍ ପାର୍ଟନର

ମୁମ୍ବାଇ: ମୁମ୍ବାଇରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା ସାମ୍ନାକୁ ଆସିଛି । ଲିଭ୍ ଇନ୍ ପାର୍ଟନରଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିବା ଅଭିଯୋଗରେ ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ଗିରଫ ଅଭିଯୁକ୍ତ ହେଉଛନ୍ତି ମନୋଜ ସାହାନୀ ‌‌। ଗତ ତିନି ବର୍ଷ ଧରି ମୀରା ରୋଡ୍ ସ୍ଥିତ ଆକାଶଗଙ୍ଗା ଆପାର୍ଟମେଣ୍ଟରେ ସେ ତାଙ୍କ ଲିଭ୍ ଇନ୍ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କ ସହ ରହୁଥିଲେ ।

ଉକ୍ତ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଆକାଶଗଙ୍ଗା ଆପାର୍ଟମେଣ୍ଟର ରହୁଥିବା ଲୋକେ ବୁଧବାର ପୋଲିସକୁ ଜଣାଇବା ପରେ ଏହି ଲୋମଟାଙ୍କୁରା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ମୁମ୍ବାଇର ଡିସିପି ଜୟନ୍ତ ବାଜବାଲେ କହିଛନ୍ତି, ମୀରା ରୋଡରେ ଥିବା ଆକାଶଗଙ୍ଗା ଆପାର୍ଟମେଣ୍ଟର ଏକ ଘରୁ ପୋଲିସ ଖଣ୍ଡ ଖଣ୍ଡ କରି କଟା ହୋଇଥିବା ଜଣେ ମହିଳାଙ୍କ ମୃତଦେହ ଜବତ କରିଥିଲା । ଗତ ତିନି ବର୍ଷ ଧରି ଏକ ଦମ୍ପତି ସେହି ଘରେ ରହୁଥିଲେ। ମହିଳାଙ୍କୁ ଗଳା କାଟି ହତ୍ୟା କରିବା ପରେ ଅଭିଯୁକ୍ତ ଶବକୁ ଖଣ୍ଡ ଖଣ୍ଡ କରି କାଟିଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।