ଗଂଜାମ ଜିଲ୍ଲାରେ କଟକଣା ସାମାନ୍ୟ କୋହଳ, ସକାଳ ରାତି ୮ଟା ଯାଏଁ ଖୋଲା ରହିବ ଦୋକାନବଜାର | News Room Odisha

ଗଂଜାମ ଜିଲ୍ଲାରେ କଟକଣା ସାମାନ୍ୟ କୋହଳ, ସକାଳ ରାତି ୮ଟା ଯାଏଁ ଖୋଲା ରହିବ ଦୋକାନବଜାର

ବ୍ରହ୍ମପୁର : ଗଂଜାମ ଜିଲ୍ଲାରେ ଅଗଷ୍ଟ ୨୪ ତାରିଖରୁ କୋରୋନା କଟକଣା ସାମାନ୍ୟ କୋହଳ ହେବ । ଜିଲ୍ଲା ପ୍ରଶାସନର ନିଷ୍ପତି ଅନୁସାରେ ସୋମବାରଠାରୁ ଶୁକ୍ରବାର ଯାଏଁ ଦୋକାନବଜାର ସକାଳ ୫ଟାରୁ ସଂଧ୍ୟା ୮ଟା ଯାଏଁ ଖୋଲାରହିବ ।

ବ୍ରହ୍ମପୁର ସହରରେ ବି ଏହି ନୂଆ ଟାଇମିଂ ଲାଗୁ ହେବ । ପୂର୍ବରୁ ଅପରାହ୍ନ ୪ଟା ଯାଏଁ ଦୋକାନବଜାର ଖୋଲା ରହୁଥିଲା । ତେବେ ପୂର୍ବଭଳି ଗଂଜାମ ଜିଲ୍ଲାରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଏଣେ ବ୍ରହ୍ମପୁର ସହର ଭିତରେ ପ୍ରବେଶ ଓ ବାହାରକୁ ଯିବା ଉପରେ ଥିବା କଟକଣା ମଧ୍ୟ ୨୪ ତାରିଖରୁ ଉଠିଯିବ ।

Ganjam Administration