ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା | News Room Odisha

ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା

ନୂଆଦିଲ୍ଲୀ / ଚଣ୍ଡିଗଡ଼: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବୁଧବାର ଦଳର ପଞ୍ଜାବ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି।

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ବିପର୍ଯ୍ୟୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଉକ୍ତ ପାଞ୍ଚ ରାଜ୍ୟର ଦଳୀୟ ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିଥିଲେ। କଂଗ୍ରେସ ସଭାପତି ଗାନ୍ଧୀଙ୍କ ଏହି ନିର୍ଦ୍ଦେଶର କିଛି ସମୟ ପରେ ଉତ୍ତରାଖଣ୍ଡ କଂଗ୍ରେସ କମିଟି ସଭାପତି ଗଣେଶ ଗୋଡିୟାଲ ଏବଂ ଉତ୍ତରପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ କୁମାର ଲଲ୍ଲୁ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ।

ପଞ୍ଜାବରେ କଂଗ୍ରେସ ଆମ୍ ଆଦମୀ ପାର୍ଟିରୁ ପରାଜୟ ବରଣ କରି ମାତ୍ର ୧୮ ଟି ସିଟ୍ ପାଇଛି। ସିଦ୍ଧୁ ନିଜେ ଅମୃତସର ପୂର୍ବ ଆସନରୁ ନିର୍ବାଚନରେ ​​ହାରିଥିଲେ।