ସ୍ୱିସ୍ ଓପନ୍ ଟାଇଟଲ୍ ଜିତିଲେ ସିନ୍ଧୁ | News Room Odisha

ସ୍ୱିସ୍ ଓପନ୍ ଟାଇଟଲ୍ ଜିତିଲେ ସିନ୍ଧୁ

ବେସେଲ୍: ଭାରତୀୟ ମହିଳା ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ ସ୍ୱିସ୍ ଓପନ୍ ଟାଇଟଲ୍ ଜିତିଛନ୍ତି | ଫାଇନାଲ୍ ମ୍ୟାଚ୍ ରେ ବିଶ୍ୱ ନମ୍ବର-୭ ସିନ୍ଧୁ ସିଧାସଳଖ ଗେମରେ ଥାଇଲ୍ୟାଣ୍ଡର ବୁସାନନ୍ ଅନଗବ୍ରାମଙ୍ଗଫାନଙ୍କୁ ୨୧-୧୬, ୨୧-୮ରେ ହରାଇଥିଲେ | ସିନ୍ଧୁ ପ୍ରଥମ ଥର ପାଇଁ ସ୍ୱିସ୍ ଓପନ୍ ସୁପର ୩୦୦ ଟାଇଟଲ୍ ଜିତିଛନ୍ତି | ପ୍ରଥମ ଗେମରେ ଥାଇଲ୍ୟାଣ୍ଡର ଖେଳାଳି ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁଙ୍କୁ କଡ଼ା ଟକ୍କର ଦେଇଥିଲେ, କିନ୍ତୁ ଦ୍ୱିତୀୟ ଗେମ୍ ରେ ସିନ୍ଧୁ ବିଶ୍ୱ ନମ୍ବର-୧୧ ଅନଗାମ୍ରଙ୍ଗଫାନଙ୍କୁ କୌଣସି ସୁଯୋଗ ଦେଇନଥିଲେ |

ଚଳିତ ବର୍ଷ ଏହା ସିନ୍ଧୁଙ୍କର ଦ୍ୱିତୀୟ ଟାଇଟଲ୍ | ସେ ଜାନୁଆରୀରେ ସୟଦ ମୋଦୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟଲ ଜିତିଥିଲେ। ସିନ୍ଧୁ ୨୦୧୯ରେ ବେସେଲରେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ଜିତିଥିଲେ | ସିନ୍ଧୁ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ଖେଳାଳି ଯିଏକି ବିଶ୍ୱ ଚାମ୍ପିଅନସିପ୍ ଜିତିଛନ୍ତି |