ଆଜି ଗୋଆ, ଉତ୍ତରାଖଣ୍ଡରେ ଭୋଟ୍; ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ | News Room Odisha

ଆଜି ଗୋଆ, ଉତ୍ତରାଖଣ୍ଡରେ ଭୋଟ୍; ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏହାଛଡ଼ା ଆଜି ଗୋଆର ୪୦ ଟି ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ସମସ୍ତ ୭୦ ଟି ବିଧାନସଭା ଆସନରେ ମଧ୍ୟ ଭୋଟ୍ ହେଉଛି । ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ।

ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟରେ, ରାଜ୍ୟର ନଅଟି ଜିଲ୍ଲା – ସାହାରନପୁର, ବିଜନୋର, ମୋରାଦାବାଦ, ସମ୍ୱାଲ, ରାମପୁର, ଆମ୍ରୋହା, ବାଦାଉନ୍, ବରେଲି ଏବଂ ଶାହାଜାହାନପୁରର ୫୫ ଟି ବିଧାନସଭା ଆସନରେ ପରିବେଶ ସରଗରମ ରହିଛି। କୋଭିଡ୍ -୧୯ ପ୍ରୋଟୋକଲ୍ ପାଳନ କରି ଲୋକମାନେ ଭୋଟ୍ ଦେବାକୁ ଆସୁଛନ୍ତି |

ଗୋଆ ବିଧାନସଭାରେ ୪୦ ଟି ଆସନ ପାଇଁ ମୋଟ 301 ଜଣ ପ୍ରାର୍ଥୀ ଲଢୁଛନ୍ତି। ବିଜେପି ଏବଂ କଂଗ୍ରେସରେ କ୍ଷମତାର ପରିବର୍ତ୍ତନ ଦେଖିଥିବା ଗୋଆରେ ଏଥର ବହୁମୁଖୀ ପ୍ରତିଯୋଗିତାର ଦେଖିବାକୁ ମିଳୁଛି । ଏଠାରେ ଆମ୍ ଆଦମୀ ପାର୍ଟି (ଆପ୍), ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଅନ୍ୟାନ୍ୟ ଛୋଟ ଦଳ ପ୍ରତିଯୋଗିତାରେ ଅଛନ୍ତି | ମହିଳା ଭୋଟରଙ୍କ ସୁବିଧା ପାଇଁ ରାଜ୍ୟରେ ୧୦୦ ରୁ ଅଧିକ ମହିଳା ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।

ତିନୋଟି ରାଜ୍ୟରେ ଏହି ପର୍ଯ୍ୟାୟ ମତଦାନରେ ଇଭିଏମ୍‌ରେ ସିଲ୍ ହେବାକୁ ଥିବା ହେଭିଓ୍ବେଟଙ୍କ ‌ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏବଂ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଅଛନ୍ତି।