ଅବକାରୀ ଦୁର୍ନୀତି: ସିବିଆଇ ଚାର୍ଜସିଟରେ ପ୍ରଥମ ଥର ସିସୋଦିଆଙ୍କ ନାମ | News Room Odisha

ଅବକାରୀ ଦୁର୍ନୀତି: ସିବିଆଇ ଚାର୍ଜସିଟରେ ପ୍ରଥମ ଥର ସିସୋଦିଆଙ୍କ ନାମ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ପ୍ରଥମ ଥର ସିବିଆଇ ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରାଯାଇଛି । ସିବିଆଇ ମଙ୍ଗଳବାର (ଏପ୍ରିଲ ୨୫) ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସିସୋଦିଆଙ୍କ ସହ ହାଇଦ୍ରାବାଦର ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଧଲଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

ସିବିଆଇ ଅବକାରୀ ନୀତି ଅନିୟମିତତା ମାମଲାର ଯାଞ୍ଚ କରୁଛି। ଏ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ଅବକାରୀ ଦୁର୍ନୀତି ମାମଲା ସହ ମନି ଲଣ୍ଡରିଂ ଅଭିଯୋଗରେ ଇଡି ମଧ୍ୟ ସିସୋଦିଆଙ୍କୂ ଗିରଫ କରିଥିଲା ।

ଦିଲ୍ଲୀ ସରକାରଙ୍କ ୨୦୨୧-୨୨ ଅବକାରୀ ନୀତି ଦ୍ବାରା କିଛି ଡିଲର ଉପକୃତ ହୋଇଥିଲେ। ଏଥିପାଇଁ ସେମାନେ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା ।