ନୂଆଦିଲ୍ଲୀ: ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ କଟାକ୍ଷ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ସେମାନଙ୍କର ଭୋଟ୍ ବିଶ୍ବର ସବୁଠୁ ବଡ଼ ଓ ସବୁଠୁ ନେଗେଟିଭ୍ ଦଳକୁ ପରାସ୍ତ କରିବାରେ ସହାୟକ ହୋଇଛି ।
ସିସୋଦିଆ ଟ୍ବିଟ୍ କରି କହିଛନ୍ତି, ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଉପରେ ଭରସା କରିଥିବାରୁ ଦିଲ୍ଲୀବାସୀଙ୍କୁ ଆନ୍ତରିକ କୃତଜ୍ଞତା … ଦୁନିଆର ସବୁଠୁ ବଡ ତଥା ସବୁଠୁ ନେଗେଟିଭ୍ ପାର୍ଟିକୁ ହରାଇ ଦିଲ୍ଲୀର ଜନତା ସଚ୍ଚୋଟ ଏବଂ କାମ କରୁଥିବା ଅରବିନ୍ଦ କେଜ୍ରିୱାଲଜୀଙ୍କୁ ଜିତାଇଛନ୍ତି। ଆମ ପାଇଁ ଏହା କେବଳ ବିଜୟ ନୁହେଁ, ଏହା ଏକ ବଡ ଦାୟିତ୍ବ।”
दिल्ली MCD में आम आदमी पार्टी पर भरोसा करने के लिए दिल्ली की जनता का दिल से आभार…
दुनिया की सबसे बड़ी और सबसे नेगेटिव पार्टी को हराकर दिल्ली की जनता ने कट्टर ईमानदार और काम करने वाले @ArvindKejriwal जी को जिताया है.
हमारे लिए ये सिर्फ़ जीत नहीं बड़ी ज़िम्मेदारी है.
— Manish Sisodia (@msisodia) December 7, 2022
ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୨୫୦ଟି ସିଟ୍ ମଧ୍ୟରୁ ୧୩୪ଟି ଜିତି ବିଜେପିର ୧୫ ବର୍ଷ ଶାସନର ଅନ୍ତ ଘଟାଇଛି । ବିଜେପି ଏଥର ୧୦୪ଟି ସିଟ୍ ଜିତିଥିବା ବେଳେ କଂଗ୍ରେସ ମାତ୍ର ୯ଟି ଓ୍ବାର୍ଡରେ ସୀମିତ ରହିଛି ।
ଅନ୍ୟପକ୍ଷରେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମସିଡି ନିର୍ବାଚନରେ ଦଳର ବିଜୟ ନେଇ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଆମକୁ ପ୍ରଥମେ ସ୍କୁଲ୍, ଡାକ୍ତରଖାନା ଏବଂ ବିଜୁଳି ଦାୟିତ୍ବ ଦିଆଗଲା, ଆମେ ସେସବୁ ଠିକ୍ କରିଦେଲୁ | ବର୍ତ୍ତମାନ ଦିଲ୍ଲୀର ଲୋକମାନେ ନିଜ ପୁଅକୁ ସଫେଇ, ପାର୍କ ଗୁଡ଼ିକୁ ଠିକ୍ କରିବାକୁ ଦାୟିତ୍ୱ ଦେଇଛନ୍ତି। ମୁଁ ଦିଲ୍ଲୀର ଲୋକଙ୍କ ନିକଟରେ ଋଣୀ ରହିବି । ସେ କହିଛନ୍ତି ଯେ ତୁମର ଏହି ବିଶ୍ୱାସକୁ ବଜାୟ ରଖିବା ପାଇଁ ମୁଁ ଦିନରାତି ପରିଶ୍ରମ କରିବି।