ଆଜି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି | News Room Odisha

ଆଜି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆପ୍ ନେତା ମନୀଷ ସିସୋଦିଆ ରାଉସ୍ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଆଜି ତାଙ୍କ ଆବେଦନ ଶୁଣାଣି ହେବ।

ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ସିସୋଦିଆ ବର୍ତ୍ତମାନ ସିବିଆଇ ରିମାଣ୍ଡରେ ଅଛନ୍ତି। ସିସୋଦିଆଙ୍କ ପାଞ୍ଚ ଦିନିଆ ରିମାଣ୍ଡ ଆଜି ଶେଷ ହେଉଛି।

ସିସୋଦିଆ ତାଙ୍କ ଆବେଦନରେ କହିଛନ୍ତି ଯେ ସେ ତଦନ୍ତରେ ସହଯୋଗ କରୁଛନ୍ତି ଏବଂ ତାଙ୍କୁ ହାଜତରେ ରଖିବା ଦ୍ୱାରା କିଛି ସମାଧାନ ହେବ ନାହିଁ କାରଣ ପୂର୍ବରୁ ହିଁ ସବୁ ରିକଭରୀ ହୋଇସାରିଛି।

ଏହାପୂର୍ବରୁ ସିସୋଦିଆ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କ ଆବେଦନ ଶୁଣିବାକୁ ମନା କରିଥିଲେ ଓ ତାଙ୍କୁ ପ୍ରଥମେ ହାଇକୋର୍ଟ ଯିବାକୁ କହିଥିଲେ।