ସିସୋଦିଆଙ୍କ ହାଜତ ମିଆଦ ମେ ୨୩ ପର୍ଯ୍ୟନ୍ତ ବୃଦ୍ଧି | News Room Odisha

ସିସୋଦିଆଙ୍କ ହାଜତ ମିଆଦ ମେ ୨୩ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆସନ୍ତା ମେ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି କେସ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସୋମବାର ସିସୋଦିଆଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଆଜି ତାଙ୍କର ନ୍ୟାୟିକ ହାଜତ ମିଆଦ ଶେଷ ହୋଇଥିଲା । ତାଙ୍କ ଜାମିନ ଆବେଦନ ବହୁଥର ଖାରଜ ହୋଇଛି । ନିୟମିତ ଜାମିନ ସହ ସିସୋଦିଆ ଅନ୍ତରୀଣ ଜାମିନ ଆବେଦନ ମଧ୍ୟ କରିଥିଲେ।

ଦୁର୍ନୀତି ମାମଲାରେ ତାଙ୍କୁ ଫେବୃଆରୀ ୨୬ରେ ଗିରଫ କରିଥିଲା ସିବିଆଇ। ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା।